Masthead

ଡେଙ୍ଗୁ ଆତଙ୍କ: ଗାଁ ଛାଡ଼ୁଛନ୍ତି ଲୋକେ

(ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଉଛି ଡେଙ୍ଗୁ । ଡେଙ୍ଗୁ ଆତଙ୍କରେ ଲୋକେ ଛାଡୁଛନ୍ତି ଗାଁ । ୧୫ ଦିନରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହେଲାଣି । ଉତ୍ତରପ୍ରଦେଶର କାନପୁର ନିକଟସ୍ଥ କୁର୍ସାଉଲି ଗ୍ରାମରେ ମାଡିଚାଲିଛି ଡେଙ୍ଗୁ । ପ୍ରାୟ ୩୦ରୁ ଅଧିକ ଡେଙ୍ଗୁ‌ ରୋଗୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଉଦବେଗଜନକ ରହିଛି । ଡେଙ୍ଗୁର ପ୍ରକୋପ କମୁନଥିବାରୁ ଲୋକେ ଭୟରେ ଗ୍ରାମ ଛାଡି ପଳାଉଥିବା ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟମାନେ ଡେଙ୍ଗୁ କାରଣରୁ ଏହି ମୃତ୍ୟୁ ଘଟିଥିବା ଦାବି କରିଥିଲେ ମଧ୍ୟ କେତେକ ମୃତ୍ୟୁକୁ ଡେଙ୍ଗୁ ବୋଲି ପ୍ରଶାସନ ଗ୍ରହଣ କରିନାହିଁ।

ଗ୍ରାମବାସୀଙ୍କ କହିବାନୁସାରେ, ମୃତକମାନେ ଜ୍ୱରରେ ପୀଡ଼ିତ ହୋଇ ଡେଙ୍ଗୁ ପାଇଁ ଚିକିତ୍ସିତ ହେଉଥିଲେ। ଗ୍ରାମ ମୁଖିଆ କହିଛନ୍ତି ଯେ ଗାଁରେ ସଫେଇ ଅଭିଯାନ କରାଯାଇଛି, କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ। ଜିଲ୍ଲାପାଳ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଗ୍ରାମ ପରିଦର୍ଶନ କରି ଡେଙ୍ଗୁ ସମେତ ମୃତ୍ୟୁର ଅନ୍ୟ କାରଣ ରହିଛି ବୋଲି ମଧ୍ୟ କହିଛନ୍ତି। ରାଜ୍ୟର ୧୧ଟି ଜିଲ୍ଲାରେ ଏବେ ଡେଙ୍ଗୁ ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଏବେ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ