Masthead

କାଲିଠାରୁ ଅଧିକ ଦାମରେ ବିକ୍ରି ହେବ ଅମୁଲ କ୍ଷୀର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା କାଳରେ ମୁଦ୍ରାସ୍ଫିତ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ୍ନ ହୁଅନ୍ତି । ସେପଟେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେବାରେ ଲାଗିଛି । ଫଳରେ ସାଧାରଣ ଲୋକଙ୍କ ପକେଟ ଉପରେ ସିଧା ସଳଖ ପ୍ରଭାବ ପଡ଼ିଛି । ଏବେ ଅମୁଲ ମଧ୍ୟ ଗ୍ରାହକଙ୍କୁ ଚକିତ କରିଛି । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିଏମଏମଏଫ) ବୁଧବାର କହିଛି ଯେ, ଜୁଲାଇ ୧ରୁ ସମସ୍ତ ବ୍ରାଣ୍ଡର ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ଟଙ୍କା ବୃଦ୍ଧି କରାଯିବ ।

ଅମୁଲ ବ୍ରାଣ୍ଡ ନାମରେ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ମାର୍କେଟିଂ କରୁଥିବା ଜିସିଏମଏମଏଫର ପରିଚାଳନା ନିର୍ଦ୍ଦେଶକ ଆର ଏସ ସୋଡି କହିଛନ୍ତି ପ୍ରାୟ ୭ମାସ ପରେ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଉଛି । ଯାହା ଉତ୍ପାଦନ ମୂଲ୍ୟ ବୃଦ୍ଧି ପାଇଁ ଆବଶ୍ୟକ ଅଛି । ଏହା ସହିତ ଅମୁଲ ଗୋଲ୍ଡ ଲିଟର ପିଛା ୫୮ ଟଙ୍କାରେ ଉପଲବ୍ଧ ହେବ ।

ଆସନ୍ତା କାଲି ଠାରୁ ସମଗ୍ର ଭାରତରେ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ସୋନା, ତାଜା, ଶକ୍ତି, ଟି-ସ୍ପେଶାଲ ସହିତ ଗାଇ ଓ ମଇଁଶି କ୍ଷୀର ଭଳି ସମସ୍ତ ଅମୁଲ ଦୁଗ୍ଧ ବ୍ରାଣ୍ଡ ଉପରେ ନୂତନ ମୂଲ୍ୟ ଲାଗୁ ହେବ । ଏହା ବ୍ୟତୀତ ପ୍ୟାକେଜିଂର ମୂଲ୍ୟ ୩୦ରୁ ୪୦ ପ୍ରତିଶତ ଏବଂ ପରିବହନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

କ୍ଷୀର ମୂଲ୍ୟରେ ବୃଦ୍ଧି ଯୋଗୁଁ, ଘିଅ, ପନୀର, ଦହୀ, ଛେନା, ଲସି ଏବଂ ବଟରମିଲ୍କ, ସ୍ୱିଟ୍, ଚକଲେଟ ଇତ୍ୟାଦି ମଧ୍ୟ ମୂଲ୍ୟ ବୃଦ୍ଧି ହୋଇପାରେ । କ୍ଷୀର ମୂଲ୍ୟ ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ରୋଷେଇ ଘରେ ଦେଖାଯିବ । କାରଣ ଏହା ପ୍ରତି ପରିବାରରେ ପ୍ରତିଦିନ ଏହାକୁ ଖିଆଯାଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା