Masthead

ଭାରତକୁ ଆସିବ ନାହିଁ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ

(ବଡ଼ ଖବର ବ୍ୟୁରୋ): ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଗୁରୁବାର କହିଛନ୍ତି ଭାରତକୁ ତୃତୀୟ ଲହର ଆସିବ ନାହିଁ । ଯଦି ଲୋକମାନେ ସାବଧାନ ରୁହନ୍ତି ଏବଂ ଭାରତ ବହୁ ସଂଖ୍ୟକ ଲୋକଙ୍କୁ ଟିକାକରଣ କରିବାରେ ସକ୍ଷମ ହୁଏ ତେବେ କରୋନା ମହାମାରୀର ତୃତୀୟ ଲହର ଭାରତକୁ ପ୍ରବେଶ କରି ପାରିବ ନାହିଁ ।

ଗୁଲେରିଆ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆମେ ସାବଧାନ ଏବଂ ଟିକାକରଣ ସଠିକ ଭାବେ କରିବା ତେବେ ତୃତୀୟ ଲହର ଆସିନପାରି ଦୁର୍ବଳ ହୋଇଯାଇ ପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କିଛି କ୍ଷେତ୍ରରେ ପଜିଟିଭ ହାର ଅଧିକ ରହିଛି । ଆମକୁ ସେହି କ୍ଷେତ୍ରରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ । ସେମାନଙ୍କୁ ହଟସ୍ପଟ ହେବାକୁ ଦିଆଯିବା ଉଚିତ ନୁହେଁ, ନହେଲେ ଭୂତାଣୁ ଅନ୍ୟ ଅଞ୍ଚଳରେ ବିସ୍ତାର ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ