୧୦୦ ତଳକୁ ଖସୁନି ପେଟ୍ରୋଲ ଦର, ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର । ଲୋକେ ଗାଡି ଧରି ବାହାରକୁ ଯିବାକୁ ଡରିଲେଣି । ଚିନ୍ତାରେ ବର୍ତ୍ତମାନ ଗାଡି ଚାଲକ । ଶୁକ୍ରବାର ପେଟ୍ରୋଲ ଦର ରାଜ୍ୟର ଅଧିକାଂଶ ସ୍ଥାନରେ ଶତକ ପାର କରିଛି । କାଲିମେଳାରେ ଏହା ସର୍ବାଧିକ ୧୦୬ ଟଙ୍କା ରହିଛି । ସେହିଭଳି ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୧୧ ପଇସା ରହିଛି ।

ଖୋର୍ଦ୍ଧା ଓ କଟକରେ ବି ପେଟ୍ରୋଲ ଦର ଶହେ ପାର କରିଛି । ଖୋର୍ଦ୍ଧାରେ ପେଟ୍ରୋଲ ଦର ୧୦୦ ଟଙ୍କା ୬ ପଇସା ରହିଥିବାବେଳେ କଟକରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଛି । ଅନ୍ୟ ସହରରେ ବି ପେଟ୍ରୋଲ ଶତକ ପାର କରିଛି । ପେଟ୍ରୋଲ ଦରରେ ଲଗାତାର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହାକ । ଗତ କିଛି ଦିନ ହେବ ପେଟ୍ରୋଲ ଦରରେ ଲଗାତାର ବୃଦ୍ଧି ପାଇଛି । ଗାଡି ବାହାର କରିବା ପୂର୍ବରୁ ଲୋକେ ଚିନ୍ତା କରୁଛନ୍ତି । ଏପରିକି ପେଟ୍ରୋଲ ପାଇଁ ପକେଟ ଫାଙ୍କା ହୋଇଯାଉଥିବା କହିଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ