Masthead

କରୋନା ସ୍ଥିତି ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ପାଖାପାଖି ୧୦ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ। ପରିସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶରେ ଓଡ଼ିଆ ଆସିବେ ଦୁଇଜଣିଆ କେନ୍ଦ୍ରୀୟ ଟିମ୍ । ଓଡ଼ିଶା ସମେତ କେରଳ, ଅରୁଣାଚଳପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁର ଆଦି ରାଜ୍ୟରେ ମଧ୍ୟ କୋଭିଡ ସଂକ୍ରମଣ ଅଧିକ ରହୁଥିବାରୁ ସେହି ସବୁ ରାଜ୍ୟକୁ କେନ୍ଦ୍ରୀୟ ଦଳ ଗସ୍ତ କରିବେ ।

କେନ୍ଦ୍ରରୁ ଆସୁଥିବା ଦଳ କୋଭିଡ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର କେଉଁସବୁ ଆହ୍ୱାନମୂଳକ ପରିସ୍ଥିତି ଓ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ଜାଣିବାକୁ ଚେଷ୍ଟା କରିବ କେନ୍ଦ୍ରୀୟ ଟିମ୍ । ତାହା ସହିତ କୋଭିଡ ମୁକାବିଲା ଦିଗରେ ସରକାରଙ୍କ ପ୍ରୟାସକୁ ଅଧିକ ସୁଦୃଢ କରିବା ଏବଂ ସେ କ୍ଷେତ୍ରରେ ରହୁଥିବା ପ୍ରତିବନ୍ଧକ ଦୂର କରିବା ଦିଗରେ କେନ୍ଦ୍ରୀୟ ଟିମ୍ ପଦକ୍ଷେପ ନେବ । ଏଆଇଆଇଏଚ ଆଣ୍ଡ ପିଏଚ୍ରି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଏ ଡାନ୍‍ ଓଡ଼ିଶାକୁ ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେବେ ।

ତାଙ୍କ ନେତୃତ୍ୱରେ ଦୁଇ ଜଣିଆ ବିଶେଷଜ୍ଞ ଦଳ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟରେ ମୋଟାମୋଟି କୋଭିଡ ପରିଚାଳନା, ନମୁନା ପରୀକ୍ଷଣ, ସତର୍କ ଦୃଷ୍ଟି ରଖିବା ଏବଂ ଆବଦ୍ଧାଞ୍ଚଳ ପରିଚାଳନା, କୋଭିଡ ନିୟମାବଳୀ ଏବଂ ତାହାର ପ୍ରବର୍ତ୍ତନ, ଡାକ୍ତରଖାନା ଶଯ୍ୟା ସଂଖ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଆଦି ଲଜିଷ୍ଟିକ୍ସ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି କି ନାହିଁ ଏବଂ କୋଭିଡ ଟିକାକରଣ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ। ରାଜ୍ୟର କୋଭିଡ ସ୍ଥିତି ପରଖିବା ପରେ ଏ ସମ୍ପର୍କରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ବିଷୟରେ ମଧ୍ୟ ଏହି ବିଶେଷଜ୍ଞ ଦଳ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବୋଲି ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ