Masthead

ରଥଯାତ୍ରା ପାଇଁ ଆସିଲା ନିୟମାବଳୀ

ପୁରୀ (ବଡ଼ ଖବର ବ୍ୟୁରୋ): ରଥଯାତ୍ରା ପାଇଁ ଆସିଲା ନିୟମାବଳୀ । । ବଡଦାଣ୍ଡରେ ୧୪୪ ଧାରା ଜାରି ରହିବ । ରଥଯାତ୍ରା ସମୟରେ ଲଜ୍, ହୋଟେଲ ଓ ଧର୍ମଶାଳାରେ ରହିପାରିବେନି ପର୍ଯ୍ୟଟକ । ଏଥିପାଇଁ ଲଜ ଓ ଧର୍ମଶାଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡଦାଣ୍ଡର ଦୁଇପାଖରେ ଥିବା କୋଠା ଛାତ ଉପରେ କେବଳ ସଂପୃକ୍ତ ଘରର ସଦସ୍ୟ ରହିପାରିବେ । ବାହାର ଲୋକଙ୍କୁ ଏଥିଲାଗି ଅନୁମତି ଦିଆଯିବନାହିଁ ।

ଘରେ ଥିବା ପରିବାର ଲୋକଙ୍କ ସର୍ଭେ କରାଯିବ । ଆଇନଶୃଙ୍ଖଳା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବ । ଗୁଣ୍ଡିଚାଠାରୁ ନୀଳଦ୍ରିବିଜେ ଯାଏଁ ରଥ ନିକଟରେ ସ୍ୱତନ୍ତ୍ର ଆଲୋକୀକରଣ ହେବ । ରଥଯାତ୍ରା ପୂର୍ବରୁ ୩ ହଜାର ସେବାୟତ, ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ମନ୍ଦିର କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ଜିଲ୍ଲାପାଳଙ୍କ ସହ ସେବାୟତ ନିଯୋଗର ବୈଠକ ପରେ ଏହି ନିଷ୍ପତି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ