Masthead

ଟିକା ଅଭାବ: ୩ଟି ଜିଲ୍ଲାରେ ହେବ ଟିକାକରଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଟିକା ଅଭାବରୁ ରବିବାର ରାଜ୍ୟରେ ମାତ୍ର ୩ଟି ଜିଲ୍ଲାରେ ହେବ ଟିକାକରଣ। କେନ୍ଦ୍ରାପଡ଼ା, ପୁରୀ ଓ ରାୟଗଡ଼ାରେ ହେବ ଟିକାକରଣ । ପୁରୀର ୬୭ ଟିକା କେନ୍ଦ୍ରରେ ଟିକାକରଣ କରାଯିବ। ସେହିପରି କେନ୍ଦ୍ରାପଡ଼ାରେ ୮୦ ଓ ରାୟଗଡ଼ାରେ ୧୬ଟି କେନ୍ଦ୍ରରେ ହେବ ଭ୍ୟାକ୍ସିନେସନ। ମୋଟ ୧୬୩ଟି କେନ୍ଦ୍ରରେ ଦିଆଯିବ ଟିକା। ରାଜ୍ୟରେ ୯ ଲକ୍ଷ ୮୧ ହଜାର ୧୯୦ କୋଭିସିଲଡ ଡୋଜ ଥିବା ବେଳେ ୩ ଲକ୍ଷ ୯୧ ହଜାର ୫୪୦ କୋଭାକ୍ସିନ ଡୋଜ ରହିଛି।

ଶନିବାର ୧୫ଟି ଜିଲ୍ଲାରେ ବନ୍ଦ ରହିଥିଲା ଟିକାଦାନ। ଏପଟେ ଟିକାକରଣ ରାଙ୍କିଙ୍ଗରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ୫୫ ଦଶମିକ ୩୯ ପ୍ରତିଶତ ଟିକାକରଣ କରି ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଟିକାକରଣରେ ସାରାଦେଶରେ ରାଜସ୍ଥାନ ଆଗୁଆ ରହିଛି। ମେଘାଳୟରେ ସର୍ବନିମ୍ନ ୧୪.୨୮ପ୍ରତିଶତ ଟିକାକରଣ ହୋଇଛି। ଟିକାକରଣରେ ଓଡ଼ିଶା ପଛକୁ ଆନ୍ଧ୍ର, ହିମାଞ୍ଚଳପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟ ରହିଛନ୍ତି। ରବିବାର ରାଜ୍ୟର ୩ଟି ଜିଲ୍ଲାରେ ହେବ ଟିକାକରଣ । କେନ୍ଦ୍ରାପଡା-୮୦, ପୁରୀ-୬୭ ଏବଂ ରାୟଗଡାର ୧୬ଟି ସ୍ଥାନରେ ହେବ ଟିକାକରଣ । ଆଜି ମୋଟ ୧ ଲକ୍ଷ ୮ ହଜାର ୧୫୦ ଜଣଙ୍କୁ ଟିକାକରଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା