Masthead

ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ନାମରେ ଆସିଥିବା ବିଜୁ କୁଡ଼ିଆ ହଡ଼ପ !

କଟକସଦର (ବଡ଼ ଖବର ବ୍ୟୁରୋ): ଦିନ ମଜୁରିଆ ସ୍ୱାମୀ ପରିତ୍ୟକ୍ତା ମହିଳା, ଦିବ୍ୟାଙ୍ଗ ଏମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଯୋଗାଇ ଦେଉଛନ୍ତି । ହେଲେ ଦୁଖଃ ଓ ପରିତାପର ବିଷୟ, କଟକ ଜିଲ୍ଲାର କଟକସଦର ବ୍ଲକ ବୋଧପୁରୁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ପୁଷ୍ପଲତା ବେହରା ଜଣେ ସ୍ୱାମୀ ପରିତ୍ୟକ୍ତୋ ମହିଳା । ତାଙ୍କର ଏକ ମାତ୍ର ଝିଅଟି ଅଛି । ପୁଷ୍ପଲତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି । ବାପା ଦେଇଥିବା ଜାଗାରେ ଅର୍ଥ ଅଭାବରୁ ଘର କରିପାରି ନାହାନ୍ତି ପୁଷ୍ପଲତା । ଭାଇ ଘରେ ରହୁଛନ୍ତି।

ସରକାର ପାଖରେ ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ । ପରେ ସରକାର ତାଙ୍କୁ ୨୦୧୪-୧୫ ମସିହାରେ ଏକ ବିଜୁ କୁଡ଼ିଆ ପ୍ରଦାନ କରିଥିଲେ। ସରକାର ସିନା ମହିଳାଙ୍କ ଦୁଖଃ ବୁଝି ବିଜୁ କୁଡ଼ିଆ ପ୍ରଦାନ କରିଥିଲେ, ହେଲେ ପୁଷ୍ପଲତା ଏ କଥା ଜାଣି ପାରି ନଥିଲେ କି ଜାଣିବି ପାରି ନଥାନ୍ତେ ଯଦି ଦୁଇ ଦିନ ତଳେ ରହୁ ଥିବା ଭାଇ ଘରକୁ ବିଜୁ କୁଡ଼ିଆର ଷ୍ଟିକର ମାରିବାକୁ ପଞ୍ଚାୟତର ପିଅନ ଆସିନଥାଆନ୍ତା ଏ ଗୁମରର ପର୍ଦାଫାସ ହୋଇ ନ ଥାନ୍ତା।ଏଠି ପ୍ରଶ୍ନ ଉଠୁଛି ପୁଷ୍ପଲତାଙ୍କ ନାମରେ ଆସିଥିବା ବିଜୁ କୁଡ଼ିଆ ଅର୍ଥକୁ ପୁଷ୍ପଲତା ବଦଳରେ କିଏ ଚଞ୍ଚକତା କରି ହଡ଼ପ କରିଛନ୍ତି।ଏହାର ବିଧିବଦ୍ଧ ତଦନ୍ତ କରିବାକୁ ପୁଷ୍ପଲତା ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ