Masthead

ପୋଲ ନିର୍ମାଣକୁ ସମ୍ପୂର୍ଣ୍ଣ କରିବାକୁ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ (ବଡ଼ ଖବର ବ୍ୟୁରୋ):  ୩ ବର୍ଷ ହେଲା ଅସମ୍ପୂର୍ଣ୍ଣ ପୋଲ ନିର୍ମାଣକୁ ସମ୍ପୂର୍ଣ୍ଣ କରିବାକୁ ଜାତୀୟ ରାଜପଥ ଅବରୋଧ । ୨୦୧୮-୧୯ ଆର୍ଥିକ ବର୍ଷରେ ୨୦ଲକ୍ଷ ବ୍ୟୟ ବରାଦରେ ବଣିଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ବାହାଲି ଠାରେ ଏକ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏଥିପାଇଁ ମଧ୍ୟ ୧୨ ଲକ୍ଷ ଟଙ୍କା ବିଲ ମଧ୍ୟ ଉଠାଯାଇଥିଲା ।

ମାତ୍ର ଯେଉଁ ନିୟମ ଅନୁଯାୟୀ ପୋଲ ନିର୍ମାଣ କାମ ହେବା କଥା ସେଭଳି ଭାବେ ନିୟମରେ କାମ ହେଉନଥିବାରୁ ପଞ୍ଚାୟତରାଜ୍ ବିଭାଗ ପକ୍ଷରୁ କାମଟିକୁ ବନ୍ଦ କରାଯାଇଥିଲା । ଫଳରେ ବାହାଲି ଗ୍ରାମର ୧୫୦ ପରିବାର ଯିବା ଆସିବା ପାଇଁ ବିଶେଷ କରି ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ପ୍ରତିବାଦରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ସକାଳୁ ତେଇଶମାଇଲ ଠାରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଉଭୟ ପାର୍ଶ୍ଵରେ ଶହ ଶହ ଗାଡିମୋଟର ଅଟକି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ