Masthead

ପୋଲ ନିର୍ମାଣକୁ ସମ୍ପୂର୍ଣ୍ଣ କରିବାକୁ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ (ବଡ଼ ଖବର ବ୍ୟୁରୋ):  ୩ ବର୍ଷ ହେଲା ଅସମ୍ପୂର୍ଣ୍ଣ ପୋଲ ନିର୍ମାଣକୁ ସମ୍ପୂର୍ଣ୍ଣ କରିବାକୁ ଜାତୀୟ ରାଜପଥ ଅବରୋଧ । ୨୦୧୮-୧୯ ଆର୍ଥିକ ବର୍ଷରେ ୨୦ଲକ୍ଷ ବ୍ୟୟ ବରାଦରେ ବଣିଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ବାହାଲି ଠାରେ ଏକ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏଥିପାଇଁ ମଧ୍ୟ ୧୨ ଲକ୍ଷ ଟଙ୍କା ବିଲ ମଧ୍ୟ ଉଠାଯାଇଥିଲା ।

ମାତ୍ର ଯେଉଁ ନିୟମ ଅନୁଯାୟୀ ପୋଲ ନିର୍ମାଣ କାମ ହେବା କଥା ସେଭଳି ଭାବେ ନିୟମରେ କାମ ହେଉନଥିବାରୁ ପଞ୍ଚାୟତରାଜ୍ ବିଭାଗ ପକ୍ଷରୁ କାମଟିକୁ ବନ୍ଦ କରାଯାଇଥିଲା । ଫଳରେ ବାହାଲି ଗ୍ରାମର ୧୫୦ ପରିବାର ଯିବା ଆସିବା ପାଇଁ ବିଶେଷ କରି ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ପ୍ରତିବାଦରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ସକାଳୁ ତେଇଶମାଇଲ ଠାରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଉଭୟ ପାର୍ଶ୍ଵରେ ଶହ ଶହ ଗାଡିମୋଟର ଅଟକି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ