Masthead

ବୈଷ୍ଣବ ଫିକା କରିଦେଲେ ବୈଜୟନ୍ତଙ୍କ ଆଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବୈଜୟନ୍ତ ଜୟ ପଣ୍ଡା, କେନ୍ଦ୍ରାପଡାର ପୂର୍ବତନ ସାଂସଦ । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା । ନିକଟରେ ସରିଥିବା ଆସାମ ନିର୍ବାଚନରେ ସେ ଥିଲେ ଭାରତୀୟ ଜନତା ପାର୍ଟିର ପ୍ରଭାରୀ । ବୈଜୟନ୍ତଙ୍କ ପ୍ରୟାସରେ ବିଜେପି ଲଗାତାର ଦ୍ୱିତୀୟ ଥର ବାଜି ମାରିବାରେ ସକ୍ଷମ ହୋଇଛି । ଏହାପରେ ବୈଜୟନ୍ତଙ୍କ ନାଁର ଚର୍ଚ୍ଚା ବେଶି ବଢିଥିଲା । ଚର୍ଚ୍ଚା ଥିଲା ସଫଳତା ପାଇଁ ମୋଦି ତାଙ୍କୁ ପୁରସ୍କୃତ କରିବେ । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଓଡ଼ିଶାର ଏହି ଟଲ୍ ପଲିଟିସିଆନ୍ । କିନ୍ତୁ ସେମିତି କିଛି ହେଲାନି । ବୈଜୟନ୍ତ ବାଦ୍ ପଡିଲେ । ସାମିଲ ହେଲେ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ।

ବୈଷ୍ଣବ ଓ ବିଶ୍ୱେଶ୍ୱର ଉଭୟ ମନ୍ତ୍ରୀ ହେବାକୁ ସରପ୍ରାଇଜ ବୋଲି କୁହାଯାଉଛି । ଅନ୍ୟ ସମୀକରଣରେ ଦେଖିଲେ ଓଡ଼ିଶାରେ ବିଜେପିର କର୍ମୀମାନେ ମଧ୍ୟ ବୈଜୟନ୍ତଙ୍କ ପାଇଁ ଆଶା ବାନ୍ଧି ବସିଥିଲେ । କାରଣ ବୈଜୟନ୍ତ ମନ୍ତ୍ରୀ ହେଲେ ଏଠି ବିଜେଡି ସହ ବିଜେପିର ଟକ୍କର ଅଧିକ ଶକ୍ତିଶାଳୀ ହୋଇଥାନ୍ତା । ବୈଜୟନ୍ତ ବିଜେଡି ଛାଡି ବିଜେପିର ହାତ ଧରିଥିଲେ । ଗତ ନିର୍ବାଚନ ହାରିଛନ୍ତି । କିନ୍ତୁ ସେ ଧୀରେ ଧୀରେ ବିଜେପିରେ ପ୍ରଭାବଶାଳୀ ହେଉଛନ୍ତି ।

ଓଡ଼ିଶା ରାଜନୀତିରେ ତାଙ୍କର ଉଲ୍ଲେଖନୀୟ ପରିଚୟ ରହିଛି । କ୍ରେଜ୍ ବି ଅଛି । ତେଣୁ ସେ ମନ୍ତ୍ରୀ ପଦ ପାଇଥିଲେ, ଏଠି ବିଜେପିକୁ ଫାଇଦା ହୋଇଥାନ୍ତା । ହେଲେ ସେମିତି କିଛି ହେଲାନି । ମନ୍ତ୍ରୀ ପଦ ପାଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଲବି ଆଗରେ ପଛରେ ପଡିଗଲେ ବୈଜୟନ୍ତ । ଏହା ନିଶ୍ଚୟ ତାଙ୍କ କର୍ମୀ ଭଳି ଜୟ ପଣ୍ଡାଙ୍କୁ ମଧ୍ୟ ନିରାଶ କରିଛି । ବୋଧହୁଏ ତାହା ହିଁ କାରଣ, ସବୁବେଳେ ଟ୍ୱିଟରରେ ସକ୍ରିୟ ବୈଜୟନ୍ତ, ତାଙ୍କରି ଦଳ ସରକାରଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ମନ୍ତ୍ରାଳୟ ବଣ୍ଟନର ଏତେ ବଡ ଆକ୍ଟିଭିଟିଜରେ ଗୋଟିଏ ଟ୍ୱିଟ୍ ବି କରିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ