Masthead

ବାର୍ଟିଙ୍କୁ ପ୍ରଥମ ୱିମ୍ବଲଡନ୍‌ ମୁକୁଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଆଶଲୀ ବାର୍ଟି ଶନିବାର ପ୍ରଥମ ୱିମ୍ବଲଡନ୍‌ ଟ୍ରଫି ଜିତିଛନ୍ତି । ସେମିଫାଇନାଲ୍‌ରେ ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ତଥା ପୂର୍ବତନ ଏକନମ୍ବର ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କର୍ବରଙ୍କୁ ମାତ୍‌ ଦେଇଥିବା ଏହି ଅଷ୍ଟ୍ରେଲିଆ ତାରକା ଶନିବାର ଫାଇନାଲ୍‌ରେ ୩ ସେଟ୍‌ ସଂଘର୍ଷ କରିବା ପରେ ୬-୩, ୬-୭ ଓ ୬-୩ରେ ଚେକ୍‌ଗଣରାଜ୍ୟର ପ୍ଲିସ୍‌କୋଭାଙ୍କୁ ପରାସ୍ତ କରି ୱିମ୍ବଲଡନ୍‌ର ନୂଆ ସାମ୍ରାଜ୍ଞୀ ବନି ଯାଇଛନ୍ତି। ଏହା ବାର୍ଟିଙ୍କର ପ୍ରଥମ ୱିମ୍ବଲଡନ୍‌ ଏବଂ ମୋଟ ଉପରେ ଦ୍ବିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି। ଏହା ପୂର୍ବରୁ ସେ ୨୦୧୯ରେ ରୋଲାଁ ଗ୍ୟାରସ୍‌ରେ ବିଜୟୀ ହୋଇ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି କରାୟତ୍ତ କରିଥିଲେ।

ପୁଣି କୌଣସି ଅଷ୍ଟ୍ରେଲୀୟ ଭାବେ ୪୧ ବର୍ଷ ପରେ ୱିମ୍ବଲଡନ୍‌ରେ ମହିଳା ଏକକ ଟ୍ରଫି ଜିତିବାର ଗୌରବ ମଧ୍ୟ ବାର୍ଟି ପାଇଛନ୍ତି। ଏକ୍ଷେତ୍ରରେ ସେ ୧୯୮୦ ମସିହାରେ ନିଜର ଆଦର୍ଶ ଏଭନେ ଗୁଲାଗଙ୍ଗଙ୍କ ସମକକ୍ଷ ହୋଇଛନ୍ତି। ଏଭନେ ୧୯୮୦ ରେ ଦ୍ବିତୀୟ ତଥା ଶେଷ ଥର ପାଇଁ ଅଲ ଇଂଲଣ୍ଡ କ୍ଲବରେ ୱିମ୍ବଲଡନ୍‌ ଟ୍ରଫି କରାୟତ କରିଥିଲେ। ଯାହାକି କୌଣସି ଅଷ୍ଟ୍ରେଲୀୟ ମହିଳାଙ୍କ ପାଇଁ ଶେଷ ଥିଲା।

ଅନ୍ୟପକ୍ଷରେ ପ୍ରବଳ ସଂଘର୍ଷ କରି ଦ୍ବିତୀୟ ସେଟ୍‌ ଜିତିବା ସହିତ ମ୍ୟାଚକୁ ତୃତୀୟ ତଥା ନିର୍ଣ୍ଣାୟକ ସେଟକୁ ଟାଣି ନେଇଥିବା ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ଏଥର ଅଷ୍ଟମ ସିଡ୍‌ ରହିଥିବା ପ୍ଲିସକୋଭାଙ୍କ ଟ୍ରଫି ଜିତିବା ଆଶା ମଉଳିଗଲା। ନିଜର ଦ୍ବିତୀୟ ଗ୍ରଣ୍ଡସ୍ଲାମ୍‌ ଫାଇନାଲ୍‌ ଖେଳିଥିଲେ ମଧ୍ୟ ପ୍ଲିସକୋଭାଙ୍କୁ ଉପବିଜୟିନୀରେ ସନ୍ତୁଷ୍ଟ ରହିବାକୁ ପଡ଼ିଲା। ଏହା ପୂର୍ବରୁ ୨୦୧୬ ୟୁଏସ୍‌ ଓପନରେ ମଧ୍ୟ ସେ ଉପବିଜୟିନୀ ରହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ