Masthead

ବାର୍ଟିଙ୍କୁ ପ୍ରଥମ ୱିମ୍ବଲଡନ୍‌ ମୁକୁଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଆଶଲୀ ବାର୍ଟି ଶନିବାର ପ୍ରଥମ ୱିମ୍ବଲଡନ୍‌ ଟ୍ରଫି ଜିତିଛନ୍ତି । ସେମିଫାଇନାଲ୍‌ରେ ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ତଥା ପୂର୍ବତନ ଏକନମ୍ବର ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କର୍ବରଙ୍କୁ ମାତ୍‌ ଦେଇଥିବା ଏହି ଅଷ୍ଟ୍ରେଲିଆ ତାରକା ଶନିବାର ଫାଇନାଲ୍‌ରେ ୩ ସେଟ୍‌ ସଂଘର୍ଷ କରିବା ପରେ ୬-୩, ୬-୭ ଓ ୬-୩ରେ ଚେକ୍‌ଗଣରାଜ୍ୟର ପ୍ଲିସ୍‌କୋଭାଙ୍କୁ ପରାସ୍ତ କରି ୱିମ୍ବଲଡନ୍‌ର ନୂଆ ସାମ୍ରାଜ୍ଞୀ ବନି ଯାଇଛନ୍ତି। ଏହା ବାର୍ଟିଙ୍କର ପ୍ରଥମ ୱିମ୍ବଲଡନ୍‌ ଏବଂ ମୋଟ ଉପରେ ଦ୍ବିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି। ଏହା ପୂର୍ବରୁ ସେ ୨୦୧୯ରେ ରୋଲାଁ ଗ୍ୟାରସ୍‌ରେ ବିଜୟୀ ହୋଇ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି କରାୟତ୍ତ କରିଥିଲେ।

ପୁଣି କୌଣସି ଅଷ୍ଟ୍ରେଲୀୟ ଭାବେ ୪୧ ବର୍ଷ ପରେ ୱିମ୍ବଲଡନ୍‌ରେ ମହିଳା ଏକକ ଟ୍ରଫି ଜିତିବାର ଗୌରବ ମଧ୍ୟ ବାର୍ଟି ପାଇଛନ୍ତି। ଏକ୍ଷେତ୍ରରେ ସେ ୧୯୮୦ ମସିହାରେ ନିଜର ଆଦର୍ଶ ଏଭନେ ଗୁଲାଗଙ୍ଗଙ୍କ ସମକକ୍ଷ ହୋଇଛନ୍ତି। ଏଭନେ ୧୯୮୦ ରେ ଦ୍ବିତୀୟ ତଥା ଶେଷ ଥର ପାଇଁ ଅଲ ଇଂଲଣ୍ଡ କ୍ଲବରେ ୱିମ୍ବଲଡନ୍‌ ଟ୍ରଫି କରାୟତ କରିଥିଲେ। ଯାହାକି କୌଣସି ଅଷ୍ଟ୍ରେଲୀୟ ମହିଳାଙ୍କ ପାଇଁ ଶେଷ ଥିଲା।

ଅନ୍ୟପକ୍ଷରେ ପ୍ରବଳ ସଂଘର୍ଷ କରି ଦ୍ବିତୀୟ ସେଟ୍‌ ଜିତିବା ସହିତ ମ୍ୟାଚକୁ ତୃତୀୟ ତଥା ନିର୍ଣ୍ଣାୟକ ସେଟକୁ ଟାଣି ନେଇଥିବା ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ଏଥର ଅଷ୍ଟମ ସିଡ୍‌ ରହିଥିବା ପ୍ଲିସକୋଭାଙ୍କ ଟ୍ରଫି ଜିତିବା ଆଶା ମଉଳିଗଲା। ନିଜର ଦ୍ବିତୀୟ ଗ୍ରଣ୍ଡସ୍ଲାମ୍‌ ଫାଇନାଲ୍‌ ଖେଳିଥିଲେ ମଧ୍ୟ ପ୍ଲିସକୋଭାଙ୍କୁ ଉପବିଜୟିନୀରେ ସନ୍ତୁଷ୍ଟ ରହିବାକୁ ପଡ଼ିଲା। ଏହା ପୂର୍ବରୁ ୨୦୧୬ ୟୁଏସ୍‌ ଓପନରେ ମଧ୍ୟ ସେ ଉପବିଜୟିନୀ ରହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼