Masthead

ହିଲ୍‌ ଷ୍ଟେସନଗୁଡ଼ିକରେ କୋଭିଡ ନିୟମକୁ ଫୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ): ପୂର୍ବୋତ୍ତର ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କରୋନାର ତୃତୀୟ ଲହରକୁ ରୋକିବା ଆମ ଦାୟିତ୍ୱ । ଆମକୁ କରୋନା ଭାଇରସ୍ ସବୁ ପ୍ରକାର ଭ୍ୟାରିଆଣ୍ଟ ଉପରେ ନଜର ରଖିବାକୁ ହେବ । ଭୂତାଣୁର ମ୍ୟୁଟେସନ୍ ପରେ ଏହା କେତେ ପ୍ରଭାବି ବିଶେଷଜ୍ଞ ଲଗାତାର ଅଧ୍ୟୟନ ଜାରି ରଖିଛନ୍ତି । ଏଭଳି ସମୟରେ ସତର୍କତା ଅତ୍ୟନ୍ତ ଜରୁରୀ ।

ସେ ଆହୁରି କହିଛନ୍ତି ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ହିଲ୍‌ ଷ୍ଟେସନଗୁଡ଼ିକରେ ଲୋକେ ବିନା ମାସ୍କରେ ବୁଲୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘ସମସ୍ତଙ୍କୁ ଟିକା-ମାଗଣା ଟିକା ଅଭିଯାନ’କୁ ନର୍ଥ ଇଷ୍ଟ ରାଜ୍ୟଗୁଡ଼ିକରେ ଜୋରଦାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବୋତ୍ତର ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମକୁ ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟ ସହ ଜଡ଼ିତ ଭିତ୍ତିଭୂମିକୁ ସୁଧାର ଆଣିବାକୁ ପଡ଼ିବ । ଏ ନେଇ ନିକଟରେ କ୍ୟାବିନେଟ୍ ମଧ୍ୟ ୨୩ ହଜାର କୋଟି ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି । ସମସ୍ତ ରାଜ୍ୟ ଏହି ପ୍ୟାକେଜ ଦ୍ୱାରା ନିଜ ହେଲଥ ସେକ୍ଟରକୁ ଡେଭଲପ୍ କରିବାକୁ ପଡ଼ିବ । ଏଥିସହିତ ଶିଶୁ ସୁରକ୍ଷା ସହିତ ଜଡ଼ିତ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼