Masthead

ଶିବ ଭକ୍ତଙ୍କ ଚିନ୍ତା ବଢ଼ାଇଲା କରୋନା, ବନ୍ଦ ହେବ ବୋଲବମ!

ଡେରାଡୁନ (ବଡ଼ ଖବର ବ୍ୟୁରୋ) : ଆଗକୁ ଆସୁଛି ଶ୍ରାବଣ ମାସ | ଏହି ଶ୍ରାବଣ ମାସରେ କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇବାକୁ ସୁପାରିଶ କରିଛି ଆଇଏମଏ। କରୋନା ମହାମାରୀକୁ ରୋକିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରିଛି ଭାରତୀୟ ମେଡିକାଲ ସଙ୍ଘ : ଆଇଏମଏ | ଦେଶରେ କରୋନାର ପ୍ରଥମ ଲହର ପରେ ସତର୍କତା ଗ୍ରହଣ କରା ନଯିବାରୁ ଦ୍ୱିତୀୟ ଲହର ଅଧିକ ଭୟାବହ ହୋଇପଡିଲା । ଏବେ ତୃତୀୟ ଲହର ଆସିବା ପୂର୍ବରୁ ଭିଡ ନିୟନ୍ତ୍ରଣ କରିବା ସହ କରୋନା ସତର୍କତାକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି ଭାରତୀୟ ମେଡିକାଲ ସଂଘ – ଆଇଏମଏ ।

ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସଂଘ କହିଛି, ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଥିବାରୁ ଭିଡକୁ ନିୟନ୍ତ୍ରଣ କରିବା ଆମ ପାଇଁ ଜରୁରୀ ତା ନ ହେଲେ ଦ୍ଵିତୀୟ ଲହର ଠାରୁ ତୃତୀୟ ଲହର ଆହୁତି ଭୟାନକ ହୋଇପାରେ । ଶ୍ରାବଣ ମାସରେ ମାନସିକ ରଖି ପ୍ରଭୁ ଭୋଲାଶଂକରଙ୍କୁ ଜଳାଭିଷେକ କରିଥାନ୍ତି କାଉଡିଆ । ଦିନ ରାତି ଏକ କରି ପାଦରେ ଚାଲି ଚାଲି ଠାକୁରଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଭିଡ ଜମାଇଥାନ୍ତି ବୋଲବମ ଭକ୍ତମାନେ ।

ଏଭଳି ଚିତ୍ର ଦେଶର ବିଭିନ୍ନ ଯାଗରୁ ସାମ୍ନାକୁ ଆସୁଥିବାବେଳେ ଦିଲ୍ଲୀ ଓ ଉତ୍ତରାଖଣ୍ଡରେ କାଉଡିଆଙ୍କ ଲମ୍ବା ଧାଡି ରାସ୍ତାରେ ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳେ । ଏହି ମାସରେ କାଉଡିଆ ମାନେ ପ୍ରତେକ ସୋମବାର ଶୈବ ପୀଠରେ ଜଳଲାଗି କରିଥାନ୍ତି | ପ୍ରତେକ ଶୈବ ପୀଠରେ ଖଚାଖଚ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ | ଏହି ଗହଳି ହେବା ଫଳରେ କରୋନା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଜଳଲାଗି ବାରଣ କରିବାକୁ ଭାରତୀୟ ମେଡିକାଲ ସଂଘ-ଆଇଏମଏ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସତର୍କ କରିଛନ୍ତି | ତେଣୁ ଭାରତୀୟ ଡାକ୍ତର ସଂଘର ଏହି ଚେତାବନୀ ସାରାଦେଶରେ ଶିବ ଭକ୍ତଙ୍କ ଚିନ୍ତା ବଢାଇ ଦେଇଛି । ଗତବର୍ଷ ମଧ୍ୟ କରୋନାର ପ୍ରଥମ ଲହର ସମୟରେ ସମସ୍ତ ରାଜ୍ୟ ସରକାର କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି