Masthead

ଅଗଷ୍ଟ ୯ରୁ ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ ୩ ମହାବିଦ୍ୟାଳୟଗୁଡ଼ିକର ୟୁଜି (ସ୍ନାତକ) ଶେଷ ବର୍ଷ ତଥା ୬ଷ୍ଠ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଗଷ୍ଟ ୯ରୁ ଆରମ୍ଭ ହୋଇ ୧୨ରେ ଶେଷ ହେବ। ପ୍ରତିଦିନ ଏକାଧିକ ବିଷୟର ପରୀକ୍ଷା ହେବ। ପରୀକ୍ଷାର ଅବଧି ଦୁଇଘଣ୍ଟା ରଖାଯାଇଛି। ଅନଲାଇନରେ ହେବାକୁ ଥିବା ଏହି ପରୀକ୍ଷାର ସୁପରିଚାଳନା ଓ ତଦାରଖ ଦିଗରେ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଆଜି ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କହିଛନ୍ତି।

ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ବିଶ୍ବବିଦ୍ୟାଳୟ ପକ୍ଷରୁ କଲେଜଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। କଲେଜ କର୍ତୃପକ୍ଷ ତାହାକୁ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବେ। ପରୀକ୍ଷାର ୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ www.uuems.in ପୋର୍ଟାଲରେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପ୍ରଶ୍ନପତ୍ର ଡାଉନ୍ଲୋଡ କରିପାରିବେ। ପରୀକ୍ଷା ସରିବାର ୩୦ମିନିଟ୍ ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତାଗୁଡ଼ିକର ଫଟୋ ଉଠାଇ ତାହାର ପିଡିଏଫ୍ ଫାଇଲ୍ ପ୍ରସ୍ତୁତ କରି ସମ୍ପୃକ୍ତ କଲେଜର ଶିକ୍ଷକ ତଥା ବିଭାଗକୁ ଇ-ମେଲ୍/ହ୍ବାଟ୍ସଆପ୍/ଗୁଗଲ୍ ଫର୍ମରେ ପଠାଇବେ।

ପ୍ରଶ୍ନପତ୍ର କିମ୍ବା ଅନ୍ୟ କୌଣସି ପ୍ରକାର ତ୍ରୁଟି ଥିଲେ, କଲେଜ କର୍ତୃପକ୍ଷ ତୁରନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବା ଆବଶ୍ୟକ। ନ ହେଲେ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ କଲେଜଗୁଡ଼ିକ ଉତ୍ତର ଖାତାର ସଫ୍ଟକପି ଗୁଡ଼ିକ ନିଜ ପାଖରେ ରଖିବେ। ଜୁଲାଇ ୩୧ ସୁଦ୍ଧା କଲେଜ ଗୁଡ଼ିକ ଇଣ୍ଟରନାଲ ଆସେସ୍ମେଣ୍ଟ, ପ୍ରୋଜେକ୍ଟ ପେପର ମାର୍କ ଅନଲାଇନରେ ଦାଖଲ କରିବାକୁ ପରୀକ୍ଷା ନିୟନ୍ତ୍ରକ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର