Masthead

ମୁସଲିମ ବସ୍ତିରେ ଆରଏସଏସ ଶାଖା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୁସଲିମମାନଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦେଶର ମୁସଲିମ ବହୁଳ ଇଲାକା ଗୁଡ଼ିକରେ ଅଢେଇଲକ୍ଷ ନୂଆ ଶାଖା ଖୋଲିବ । ସଂଘର ଗତକାଲି ଶେଷ ହୋଇଥିବା ୫ ଦିନିଆ ଚିତ୍ରକୂଟ ଚିନ୍ତନ ଶିବିରରେ ଏହି ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିଥିବା ଏହି ଗୁପ୍ତ ଶିବିରରେ ସଂଘ ପ୍ରମୁଖ ମୋହନ ଭାଗବତ, ସର କାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ ତଥା ପ୍ରାନ୍ତ ପ୍ରଚାରକ ଓ କ୍ଷେତ୍ରୀୟ ପ୍ରଚାରକଙ୍କ ସମତେ ୨୫୦ ପଦାଧିକାରୀ ଯୋଗଦେଇଥିଲେ ।

ଶିବିରର ସୁରକ୍ଷା ଓ ଗୋପନୀୟତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଚିତ୍ରକୂଟର ଦୀନଦୟାଲ ଉପାଧ୍ୟାୟ ରିସର୍ଚ୍ଚ ଫାଉଣ୍ଡେସନରେ ଶିବିର ଆୟୋଜିତ ହୋଇଥିଲା । ଶିବିର ସ୍ଥଳର ପ୍ରାୟ ୩ କିଲୋମିଟର ବ୍ୟାସାର୍ଦ୍ଧ ଇଲାକାକୁ ବାରିକେଡ କରାଯାଇଥିଲା । ପାଞ୍ଚ ଜିଲ୍ଲା(ସତନା, ସୀଧୀ, ଶହଡୋଲୋ, ବାନ୍ଦା ଓ ଚିତ୍ରକୂଟ)ର ପୁଲିସ ଶିବିର ସ୍ଥଳରେ ପହରା ଦେଇଥିଲେ । ଶିବିରରେ ଭର୍ଚ୍ଚୁଆଲ ମାଧ୍ୟମରେ ଛୋଟବଡ଼ ହୋଇ ୧୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସଂଘ ପକ୍ଷରୁ ଜଣାପଡିଛି ଯେ, ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସକ୍ରିୟତା ଯୋଗୁଁ ମୁସଲିମ ସମ୍ପ୍ରଦାୟର ଲୋକମାନେ ସଂଘ ସହ ଯୋଡ଼ି ହୋଇପାରୁନାହାନ୍ତି । ସେମାନେ ବିଜେପିଠାରୁ ଦୂରତା ବଜାୟ ରଖିଆସୁଛନ୍ତି । ତେଣୁ ସଂଘ ସହ ସେମାନଙ୍କ ସମ୍ପର୍କ ସ୍ଥାପନ ଉପରେ ଚିତ୍ରକୂଟ ଶିବିରରେ ଜୋର ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି