ଏଲଏସିରେ ସ୍ଥାୟୀ ଶିବିର ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏଲଏସିରେ ଲମ୍ବା ସମୟ ଧରି ରହିବାକୁ ଯୋଜନା କରୁଛି ଚୀନ । ଏଥିପାଇଁ ଏଲଏସିରେ ସ୍ଥାୟୀ ଶିବିର ନିର୍ମାଣ କରୁଛି ଚୀନ ସେନା । ଭାରତୀୟ ଗୁଇନ୍ଦା ଏଜେନ୍ସି ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁସାରେ ଚୀନ ପୂର୍ବ ଲଦାଖ, ଉତ୍ତର ସିକ୍କିମର ନାକୁ-ଲା, ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ କଂକ୍ରିଟ ଶିବିର ନିର୍ମାଣ କରୁଛି । ଯେଉଁଠାରେ କି, ଚୀନ ସେନା ସ୍ଥାୟୀ ଭାବରେ ରହିବେ । ଯାହାଫଳରେ ବିବାଦୀୟ ସ୍ଥାନ ଗୁଡ଼ିକରେ ସଂଘର୍ଷ ହେବାକ୍ଷଣି ଏହାର ସେନା ଖୁବଶୀଘ୍ର ସେଠାରେ ପହଞ୍ଚିପାରିବେ ।

ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ପ୍ରତିକୂଳ ପରିସ୍ଥିତି ସହ ଚୀନ ସୈନିକମାନେ ସହଜରେ ଖାପ ଖୁଆଇ ପାରୁନାହାନ୍ତି । କିନ୍ତୁ ସ୍ଥାୟୀ ଶିବିର ଗୁଡ଼ିକରେ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ଚୀନ ସୈନିକମାନେ ସେଠାରେ ସହଜରେ ରହିପାରିବେ ଓ ଆବଶ୍ୟକ ପଡ଼ିଲେ ବିବାଦୀୟ ଅଞ୍ଚଳଗୁଡ଼ିକୁ ଶୀଘ୍ର ଯାଇପାରିବେ । କେବଳ ଏତିକି ନୁହେଁ ଚୀନ ସୀମା ନିକଟରେ ହେଲିପ୍ୟାଡ ଓ ପକ୍କା ସଡ଼କ ମଧ୍ୟ ନିର୍ମାଣ କରିଛି । ଚୀନର ଏସବୁ କାର୍ୟ୍ୟ ଉପରେ ଭାରତ ତୀକ୍ଷଣ ଦୃଷ୍ଟି ରଖିଛି ଓ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା