Masthead

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ପାକିସ୍ତାନରେ ଅପହରଣ । ଅପହରଣ ପରେ ନିର୍ଯାତନା ଦିଆଯାଇଛି । ଅପହରଣର ୫ ଘଣ୍ଟାପରେ ଅପହରଣକାରୀମାନେ ତାଙ୍କୁ ଛାଡିଦେଇଥିଲେ । ସେହି ୫ ଘଣ୍ଟା ସମୟରେ ଅପହରଣକାରୀମାନେ ତାଙ୍କୁ ଗଭୀର ନିର୍ଯ୍ୟାତନା ଦେଇଥିବା ଜଣାପଡ଼ିଛି। ଏଭଳି  ଘଟଣାରେ ଆଫଗାନିସ୍ତାନ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଆଫଗାନ୍‌ ବିଦେଶ ମନ୍ତ୍ରାଳୟପକ୍ଷରୁ ଏନେଇ ଏକ ବିବୃତ୍ତିରେ କୁହାଯାଇିଛି ଯେ ରାଷ୍ଟ୍ରଦୂତ ନଜିବୁଲ୍ଲା ଅଲିଖିଲ୍‌ଙ୍କ ଝିଅଙ୍କୁ ଅପହରଣ କରାଯାଇଥିଲା ଏବଂ ତାଙ୍କୁ ନିର୍ଯ୍ୟାତନା ଦିଆଯାଇଛି ।

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅ ଗତକାଲି ଇସଲାମାବାଦ୍‌ ସ୍ଥିତ ତାଙ୍କ ବାସଭବନକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣକାରୀମାନେ ତାଙ୍କୁ ଛାଡ଼ିବା ପୂର୍ବରୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ। ନଜିବୁଲ୍ଲାଙ୍କ ଝିଅ ସିଲସିଲା ଅଲିଖିଲ୍‌ ଏବେ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି । ଆଫଗାନିସ୍ତାନ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛି। ଆଫଗାନିସ୍ତାନ ପାକିସ୍ତାନରେ ଏହାର ରାଷ୍ଟ୍ରଦୂତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ