Masthead

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ପାକିସ୍ତାନରେ ଅପହରଣ । ଅପହରଣ ପରେ ନିର୍ଯାତନା ଦିଆଯାଇଛି । ଅପହରଣର ୫ ଘଣ୍ଟାପରେ ଅପହରଣକାରୀମାନେ ତାଙ୍କୁ ଛାଡିଦେଇଥିଲେ । ସେହି ୫ ଘଣ୍ଟା ସମୟରେ ଅପହରଣକାରୀମାନେ ତାଙ୍କୁ ଗଭୀର ନିର୍ଯ୍ୟାତନା ଦେଇଥିବା ଜଣାପଡ଼ିଛି। ଏଭଳି  ଘଟଣାରେ ଆଫଗାନିସ୍ତାନ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଆଫଗାନ୍‌ ବିଦେଶ ମନ୍ତ୍ରାଳୟପକ୍ଷରୁ ଏନେଇ ଏକ ବିବୃତ୍ତିରେ କୁହାଯାଇିଛି ଯେ ରାଷ୍ଟ୍ରଦୂତ ନଜିବୁଲ୍ଲା ଅଲିଖିଲ୍‌ଙ୍କ ଝିଅଙ୍କୁ ଅପହରଣ କରାଯାଇଥିଲା ଏବଂ ତାଙ୍କୁ ନିର୍ଯ୍ୟାତନା ଦିଆଯାଇଛି ।

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅ ଗତକାଲି ଇସଲାମାବାଦ୍‌ ସ୍ଥିତ ତାଙ୍କ ବାସଭବନକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣକାରୀମାନେ ତାଙ୍କୁ ଛାଡ଼ିବା ପୂର୍ବରୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ। ନଜିବୁଲ୍ଲାଙ୍କ ଝିଅ ସିଲସିଲା ଅଲିଖିଲ୍‌ ଏବେ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି । ଆଫଗାନିସ୍ତାନ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛି। ଆଫଗାନିସ୍ତାନ ପାକିସ୍ତାନରେ ଏହାର ରାଷ୍ଟ୍ରଦୂତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼