Masthead

୭ ଓ୍ଵିକେଟରେ ବାଜିମାତ୍‌ କଲା ଟିମ୍‌ ଇଣ୍ଡିଆ, ହାରିଲା ଶ୍ରୀଲଙ୍କା

(ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇଲା ଭାରତ । ଭାରତ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୭ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇ ବିଜୟ ହୋଇଛି । ଶେଖର ଧାଓ୍ଵାନଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଅପରାଜେୟ ୮୬ ରନ୍‌, ପୃଥ୍ଵୀ ସ ୪୩ ରନ୍‌ ଓ ଇଶାନ କିସାନଙ୍କ ୫୯ ରନ୍‌ ଭାରତକୁ ବିଜୟ ଲକ୍ଷ୍ୟକୁ ପୁରଣ କରିଥିଲା । ଶ୍ରୀଲଙ୍କା ୯ ଓ୍ଵିକେଟରେ ସମସ୍ତ ୫୦ ଓଭର ଖେଳି ୨୬୨ ରନ୍‌ କରିଥିଲେ । ଭାରତ ଜବାବରେ ମାତ୍ର ୩୬.୪ ଓଭର ଖେଳି ୩ ଓ୍ଵିକେଟ ବଦଳରେ ୨୬୩ ରନ୍‌ କରି ୧-୦ ସିରିଜ ଆଗୁଆ ହୋଇଛି । ମନୀଷ ପାଣ୍ଡେ ୨୬ ରନ୍ କରିଥିବା ବେଳେ ସୂର୍ୟ୍ୟକୁମାର ଯାଦବ କରିଛନ୍ତି ଅପରାଜିତ ୩୧ ରନ୍ ।

ଶ୍ରୀଲଙ୍କା ଦଳର ୨୬୩ ରନର ପିଛା କରୁଥିବା ଭାରତୀୟ ଦଳ ଆରମ୍ଭରୁ ଥିଲା ଦୃଢ ସ୍ଥିତିରେ । ଦମଦାର୍ ପାଳି ଆରମ୍ଭ କରିଥିଲେ ଓପନର୍ ପୃଥବୀ ସ ଏବଂ ଶିଖର ଧଓ୍ଵନ । ୨୪ଟି ବଲରେ ୪୩ ରନ ସାଉଁଟି ପ୍ରଥମେ ପାଭିଲିଅନ ଫେରିଥିଲେ ପୃଥବୀ । ଏହା ପରେ ନିଜ ପ୍ରଥମ ଓଡିଆଇରେ କରିସ୍ମା ଦେଖାଇଥିଲେ ଇଶାନ କିଶାନ । ୪୨ଟି ବଲରେ ସାଉଁଟିଥିଲେ ୫୯ ରନ । ଯାହା ଭିତରେ ଥିଲା ୨ଟି ଛକ୍କା ଏବଂ ୮ଟି ଚଉକା । କିଛି ସମୟ ଧରି କ୍ରିଜରେ କ୍ରେଜ୍ ଦେଖାଇବା ପରେ ଲକ୍ଷଣ ସନ୍ଦାକନଙ୍କ ବଲର ଶୀକାର ହୋଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସିଂହଳୀ ବାହିନୀ । ନିର୍ଦ୍ଧାରିତ ଓଭରେ ଦଳ ୯ ଓ୍ଵିକେଟ୍ ବିନିମୟରେ ୨୬୨ ରନ୍ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା