Masthead

ମହାକାଶରୁ ଆସିବ ଲଙ୍କା

(ବଡ଼ ଖବର ବ୍ୟୁରୋ): ମହାକାଶରୁ ଆସିବ ଲଙ୍କା । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ବଢୁଛି ଲଙ୍କା ଗଛ । ନାସାର ପ୍ଲାଣ୍ଟ ହାବିଟାଟ୍‌-୦୪ ପରୀକ୍ଷଣର ଅଂଶବିଶେଷ ଗୋଟିଏ ବ୍ୟାଚ୍‌ରେ ୪୮ ହାଚ୍‌ ଲଙ୍କା ମଞ୍ଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ପଠାଯାଇଥିଲା । ସ୍ପେସ୍‌ଏକ୍ସ କାର୍ଗୋ ପ୍ଲେନ୍ ତାହା ଜୁନ୍‌ ୫ ତାରିଖରେ ବାହ୍ୟ କକ୍ଷପଥରେ ପହଞ୍ଚିଥିଲା । ପ୍ରାୟ ମାସକ ପରେ ନାଲି ଓ କଞ୍ଚା ଲଙ୍କା ଚାରା ବଢ଼ିବା ଆରମ୍ଭ କଲା । ମହାକାଶକୁ ଯାଇଥିବା ଏହି ଲଙ୍କାର ନାଁ ‘ଏସ୍‌ପାନୋଲା ଇମ୍‌ପ୍ରୁଭ୍‌ଡ ନୁମେକ୍ସ । ଏହାକୁ କଞ୍ଚାବେଳେ ଖିଆଯାଏ । ପାଚିଲେ ଅର୍ଥାତ ଲାଲ୍‌ ପଡ଼ିଗଲେ, ଗୁଣ୍ଡ କରି ବ୍ୟବହାର କରାଯାଏ ।

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ର ଅତ୍ୟନ୍ତ ନିୟନ୍ତ୍ରିତ ପରିବେଶରେ ଏହି ଲଙ୍କା ଗଛ ବଢୁଛି । ଆଉ ଦୁଇ ମାସରେ ମହାକାଶଚାରୀମାନେ କଞ୍ଚା ଓ ନାଲି ଲଙ୍କାକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବେ । ଏହି ଲଙ୍କା ଗଛ ‘ଆଡ୍‌ଭାନ୍ସଡ ପ୍ଲାଣ୍ଟ ହାବିଟାଟ୍‌ ନାମକ ଡିଭାଇସ୍‌ରେ ବଢୁଛି। ଏପିଏଚ୍‌ ଅନ୍ୟତମ ୩ୟ ଚାରା ବୃଦ୍ଧିକାରୀ ବଖରା, ଯାହା ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ପ୍ରୟୋଗ କରେ । ୧୮୦ରୁ ଅଧିକ ସେନ୍ସରଯୁକ୍ତ ଏହି ଡିଭାଇସ୍‌ ଆର୍ଦ୍ରତା ସ୍ତର, ଅଙ୍ଗାରକାମ୍ଳ ସ୍ତର, ତାପମାତ୍ରା, ଆଲୋକ ଆଦିକୁ ନିୟନ୍ତ୍ରିତ କରେ, ଯାହା ଫଳରେ ଚାରାଗୁଡ଼ିକ ପୃଥିବୀର ପରିବେଶ ଭଳି ବଢ଼ିପାରିବ ।

ବର୍ତ୍ତମାନ ମହାକାଶଚାରୀ ଶେନ୍‌ କିମ୍‌ବ୍ରୋଗ୍‌ ଏହି ପରୀକ୍ଷଣର ତଦାରଖ କରୁଛନ୍ତି । ପୂର୍ବରୁ ସେ ଏଭଳି ଅନେକ ପରୀକ୍ଷଣର ଅଂଶ ରହିଛନ୍ତି। ୨୦୧୬ରେ ସେ ମହାକାଶ ଷ୍ଟେସନ୍‌ରେ ରେଡ୍‌ ରୋମେନ୍‌ ଲେଟ୍ୟୁସ୍‌ର ନମୁନା ଚାଷ କରିଥିଲେ । ସେ ମଧ୍ୟ ପ୍ଲାଣ୍ଟ ହାବିଟାଟ୍‌-୦୪ ପରୀକ୍ଷଣ ଆରମ୍ଭ କରିଥିଲେ । ତେବେ ସଦ୍ୟ ପରୀକ୍ଷଣର ଫଳ ଶେନ୍‌ ଦେଖିପାରିବେ ନାହିଁ । କାରଣ ଲଙ୍କା ଫଳିବା ବେଳକୁ ସେ ପୃଥିବୀକୁ ଫେରିଆସିଥିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ