Masthead

ବାହାଘର ପରେ ବିଦ୍ୟାଭାରତୀଙ୍କ ଏଗ୍ରିମେଣ୍ଟ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନୂଆ ତଥ୍ୟା ସାମ୍ନାକୁ ଆସୁଛି । ‘ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସତ, କିନ୍ତୁ ସେମାନଙ୍କ ମଧ୍ୟରେ ନ ଥିଲା ସ୍ୱାମୀସ୍ତ୍ରୀର ସମ୍ପର୍କ। ବର୍ଷେ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ସୌମ୍ୟଙ୍କ ମା’। ସୌମ୍ୟଙ୍କ ମା’ କହିଛନ୍ତି, ବୋହୂ ମୋ ପୁଅକୁ ନୁହେଁ, ବରଂ ଡିଏଫଓଙ୍କୁ ଭଲ ପାଉଥିଲା। ମୋ ପୁଅ ମରିବା ଆଗରୁ ବୋହୂ ସବୁ ଜିନିଷ ହାତେଇ ନେଇଛି। ମୋ ପୁଅ ମଲେ ବୋହୂ ସବୁ ଜିନିଷ ନେବ ବୋଲି ଏଗ୍ରିମେଣ୍ଟ ବି ହୋଇଛି।

 ମୋ ପୁଅର ଟ୍ରାନ୍ସଫର ହୋଇ ଯାଇଥିବା ଜାଣିବା ପରେ ବୋହୂ ଘରୁ ସବୁ ଜିନିଷ ନେଇ ଯାଇଛି। ସୌମ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ତଦନ୍ତକୁ ଜୋରଦାର କରିବାକୁ  ବାଲେଶ୍ୱର ଖଇରାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୁଲିସ୍‌। ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସର ୬ ଜଣିଆ ଟିମ୍ ଖଇରା ଥାନାରେ ପହଞ୍ଚିଛି। ସେଠାରୁ ସୌମ୍ୟଙ୍କ ଘରକୁ ଯାଇ ସେଠାରେ ତାଙ୍କ ମା, ମାମୁଁ, ମାଇଁ ଓ ଅନ୍ୟ ସଂପର୍କୀୟଙ୍କୁ ପଚରାଉଚରା କରିଛି । ସୌମ୍ୟଙ୍କ ମାମୁଁଙ୍କ କହିବା ମୁତାବକ, ବାହାଘର ପୂର୍ବରୁ ବିବାହ ସମ୍ପର୍କ ନେଇ ସୌମ୍ୟ-ବିଦ୍ୟାଭାରତୀଙ୍କ ମଧ୍ୟରେ ହୋଇଥିଲା ରାଜିନାମା।

ବାହାଘରର ବର୍ଷେ ପରେ ଦୁଇଜଣଙ୍କ ମଧ୍ୟରେ ରହିବନି ବୈବାହିକ ସମ୍ପର୍କ ବୋଲି ରାଜିନାମା ହୋଇଥିଲା। କିନ୍ତୁ ସୌମ୍ୟଙ୍କ ଦରମାର ଉପରେ ବିଦ୍ୟାଭାରତୀଙ୍କ ରହିବ ସମ୍ପୂର୍ଣ୍ଣ ଅଧିକାର ବୋଲି ରାଜିନାମା ହୋଇଥିଲା। ଖାଲି ଦରମା ନୁହେଁ ସମସ୍ତ ସ୍ତାବର ଏବଂ ଅସ୍ତାବର ସମ୍ପତ୍ତି ଉପରେ ରହିବ ବିଦ୍ୟାଙ୍କ ଅଧିକାର ବୋଲି ରାଜିନାମା ହୋଇଥିଲା ଅଭିଯୋଗ କରିଛନ୍ତି ବିଦ୍ୟାଙ୍କ ମାମୁଁ। ମୃତ୍ୟୁ ପୂର୍ବରୁ ବ୍ୟାଚଲର ପାର୍ଟି ଦେବାକୁ କହି ସୌମ୍ୟଙ୍କୁ ବଲାଙ୍ଗୀର ନେଇଥିଲେ ବିଦ୍ୟାଭାରତୀ। ସୌମ୍ୟଙ୍କ ମାମୁଁ ଆହୁରି ମଧ୍ୟ କହିଛନ୍ତି ଯେ ସୌମ୍ୟଙ୍କୁ ଅନ୍ୟତ୍ର ମାରି ଘରକୁ ଅଣାଯାଇଥିଲା। କାରଣ ମୃତ ଦେହ ପଡ଼ିଥିବା ସ୍ଥାନରେ ଏମିତି କୌଣସି ଚିହ୍ନ ନଥିଲା ଯାହା ସେହିଠାରେ ମୃତ୍ୟୁ ହୋଇଥିବାକୁ ସନ୍ଦେହ କରାଯାଇପାରିବ। ଏହା ସମ୍ପୂର୍ଣ୍ଣ ହତ୍ୟା ବୋଲି ମାମୁଁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା