Masthead

ଭକ୍ତ ପାଇଁ ଦିନେ ମହାପ୍ରଭୁ ବସିଥିଲେ ବାଲିରଥରେ

ପୁରୀ (ବଡ଼ ଖବର ବ୍ୟୁରୋ): ମନେପଡେ ବାଙ୍କି ମୁହାଣର କଥା । ଯେଉଁଠି ଗଢା ହୋଇଥିଲା ବାଲିରେ ତିନି ରଥ । ଭକ୍ତର ଭକ୍ତିରେ ନନ୍ଦିଘୋଷ ଛାଡି ମହାପ୍ରଭୁ ବିଜେ କରନ୍ତି ବାଲି ରଥରେ । ଯାହା ସମ୍ଭବ ହୋଇଥିଲା ଭକ୍ତ ବଳରାମ ଦାସଙ୍କ ପାଇଁ । ଭକ୍ତ ଓ ଭଗବାନଙ୍କ ନିବିଡ଼ ସମ୍ପର୍କର ଅନେକ କଥା କାହାଣୀ । ଅନନ୍ୟ ଭକ୍ତିର ଏମିତି ଉଦାହରଣ, ପଞ୍ଚସଖା ଯୁଗର ଭକ୍ତ ବଳରାମ ଦାସ । ଭକ୍ତି ଭାବନାର ଜ୍ୱଳନ୍ତ ଉଦାହରଣ । ଏମିତି ଜଣେ ଭକ୍ତ ଥିଲେ ଯାହାଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଓହ୍ଲାଇ ଆସିଥିଲେ ନନ୍ଦିଘୋଷରୁ । ଆଉ ବସିଥିଲେ ଭକ୍ତ ବଳରାମ ଗଢିଥିବା ବାଲିରଥରେ ।

ବଳରାମଙ୍କ ଭକ୍ତି ଦେଖିଲେ ଯିଏ କେହି ବି ଆଶ୍ଚର୍ୟ୍ୟ ହୋଇଯିବେ । ମହାପ୍ରଭୁଙ୍କ ପ୍ରତି ଅଗାଢ ଭକ୍ତି ପାଇଁ ସହି ପାରୁନଥିଲେ ବଳରାମ ଦାସଙ୍କୁ । କିନ୍ତୁ ବଳରାମଙ୍କ ଏଥିରେ କୌଣସି ଫରକ ପଡୁନଥିଲା । ସବୁବେଳେ ମହାପ୍ରଭୁଙ୍କ ଗୁଣ ଗାନ କରିବାରେ ମଜ୍ଜି ରହୁଥିଲେ । ଦିନେ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବାକୁ ଇଚ୍ଛା କଲେ ଭକ୍ତ ବଳରାମ । ରଥ ପାଖରୁ ଗାଳି କରି ବଳରାମଙ୍କୁ ସେଠାରୁ ବିଦା କରିଦେଇଥିଲେ ମହାପ୍ରଭୁଙ୍କ ସେବାୟତ । ଭକ୍ତର ହୃଦୟକୁ ଭାରି ବାଧିଥିଲା ।

ରାଗ ଅଭିମାନରେ ବଳରାମ ଚାଲିଯାଇଥିଲେ ବାଙ୍କି ମୁହାଣକୁ । ଆଉ ଗଢିଥିଲେ ତିନିରଥ । ଭକ୍ତି ଭାବନାରେ ବାଲିରଥରେ ବସିବାକୁ ଅନୁରୋଧ କରିଥିଲେ ବଳରାମ । ଭକ୍ତର ଡାକ ଶୁଣି ରହିପାରିଲେନି ମହାବାହୁ ଆଉ ନନ୍ଦିଘୋଷ ଛାଡି ବସିଥିଲେ ବଳରାମଙ୍କ ବାଲିରଥରେ। ଭକ୍ତର ଭକ୍ତିରେ ପ୍ରଚଣ୍ଡ ଶକ୍ତି । ରଥରୁ ଓହ୍ଲାଇ ଭକ୍ତର ବାଲିରଥରେ ବସିଲେ ମହାବାହୁ । ମହାପ୍ରଭୁଙ୍କ କରୁଣାରୁ ଅନେକ ଜଣାଣ ଲେଖିଛନ୍ତି ଭକ୍ତ ବଳରାମ । ଏବେ ବି ବଳରାମଙ୍କ ଭକ୍ତି ଓ ବିଶ୍ବାସ ଜଗନ୍ନାଥପ୍ରେମୀଙ୍କ ପାଇଁ ପ୍ରେରଣାଦାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ