Masthead

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ବାଲିପାଟଣା (ବଡ଼ ଖବର): ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି । ସୋମବାର ରାତି ପ୍ରାୟ ସାଢେ ଆଠଟା ସମୟରେ ଏହି ଘଟଣା ଘଟିଛି । ୨ ଜଣ ଯୁବକ ମେଡ଼ିକାଲକୁ ଆସିଥିଲେ । ସ୍ଥାନୀୟ ଅଞ୍ଚଳର ଚିନ୍ମୟ ବେହେରାଙ୍କୁ ଚର୍ମ ରୋଗ ହୋଇଥିଲା ।

ଡିୟୁଟିରେ ଥିବା ଡାକ୍ତର ରତିରଞ୍ଜନ ସ୍ୱାଇଁ ତାଙ୍କୁ ଇଞ୍ଜେକ୍ସନ ନେବା ପାଇଁ କହିଥିଲେ । ଇଞ୍ଜେକ୍ସନ ନେବାରେ ବିଳମ୍ବ ହେବାରୁ ଯୁବକ ଦ୍ୱୟ ଡାକ୍ତରଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଯୁକ୍ତିତର୍କ ସମୟରେ ଯୁବକ ଦ୍ଵୟ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ଡାକ୍ତରଙ୍କୁ ମାଡ ମାରୁଥିବା ସମୟରେ ନର୍ସ ସିଲା ସାହୁ ଓ ସୁରକ୍ଷା କର୍ମୀ କିଶୋର ଚନ୍ଦ୍ର ସାହୁ ଡାକ୍ତରଙ୍କୁ ରକ୍ଷା କରିବା ପାଇଁ ଯାଇଥିଲେ। ହେଲେ ସେ ଦୁଇ ଜଣ ମଧ୍ୟ ମାଡ଼ର ଶିକାର ହୋଇଥିଲେ ।

ଏହି ସବୁ ଦୃଶ୍ୟ ମେଡ଼ିକାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଡାକ୍ତର ରତିରଞ୍ଜନ ସ୍ଵାଇଁ ଏ ସମ୍ପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ