Masthead

ପୁଣି କୃଷକଙ୍କ ସମର୍ଥନରେ ବାହାରିଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣିଥରେ କୃଷକଙ୍କ ସପକ୍ଷରେ ବରୁଣ ଗାନ୍ଧୀ ବାହାରିଛନ୍ତି । କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକଙ୍କ ସମର୍ଥନରେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି । ଏଥର ଶାସକ ଦଳକୁ ନୁହେଁ ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ପୁରୁଣା ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । କେବଳ ଏତିକି ନୁହେଁ ବରଂ କୃଷକମାନଙ୍କ ଆନ୍ଦୋଳନକୁ ବାରମ୍ବାର କେନ୍ଦ୍ର ସରକାର ଅଣଦେଖା କରିଆସୁଛନ୍ତି ।

ସେମାନଙ୍କର କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି ଚାଷୀଙ୍କ ସହିତ ଛିଡ଼ା ହୋଇଛନ୍ତି ବୋଲି ବରୁଣ ଗାନ୍ଧୀ କହିଛନ୍ତି । ଅନ୍ୟପଟେ ଏକ ବଡ଼ ହୃଦୟର ନେତାଙ୍କ ଦ୍ୱାରା କୁହାଯାଇଥିବା ଜ୍ଞାନ ଲେଖି ବରୁଣ ଗାନ୍ଧୀ ଏହି ଭିଡିଓଟି ସେୟାର କରିଛନ୍ତି । ଏହି ଭିଡିଓରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କୃଷକଙ୍କ ସମର୍ଥନରେ କହୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ଅଟଳ ବିହାରୀ ବାଜପେୟୀ ଏକ ସାଧାରଣ ସଭାରେ ସରକାରଙ୍କୁ ଚେତାବନୀ ଦେଉଛନ୍ତି । ତେବେ ମୁଁ ଚାଷୀଙ୍କୁ ଭୟଭୀତ କରୁଥିବା ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି । ଆମକୁ ଭୟଭୀତ କରିବାକୁ ଚେଷ୍ଟା କର ନାହିଁ । ଏହି କୃଷକମାନେ ଭୟ କରନ୍ତି ନାହିଁ । ଆମେ କୃଷକଙ୍କ ଆନ୍ଦୋଳନକୁ ରାଜନୀତିରେ ବ୍ୟବହାର କରିବାକୁ ଚାହୁଁନାହୁଁ । ଆମେ ସେମାନଙ୍କର ଦାବିକୁ ସମର୍ଥନ କରୁ ।

ଯଦି ସରକାର ଆମକୁ ଭୟଭୀତ କରିବାକୁ ଆଇନର ଅପବ୍ୟବହାର କରନ୍ତି, କୃଷକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତି ତାହାଲେ ଆମେ ମଧ୍ୟ ସେମାନଙ୍କ ସମର୍ଥନରେ ସେମାନଙ୍କ ଆନ୍ଦୋଳନରେ ଯୋଗଦେବୁ ବୋଲି ଏହି ଭିଡିଓରେ ଅଟଳ ବିହାରୀ ବାଜପେୟୀ କହିଛନ୍ତି । ସେପଟେ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ