Masthead

ଆଜି ଆଇପିଏଲରେ ଧୋନୀ-ୱାର୍ଣ୍ଣର ମୁହାଁମୁହିଁ

ଦୁବାଇ (ବଡ଼ ଖବର ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗର ତ୍ରୟୋଦଶ ସିଜନ ଯେତିକି ଆଗକୁ ବଢୁଛି, ଟୁର୍ଣ୍ଣାମେଣ୍ଟରେ ଚମକ ସେତିକି ବଢ଼ିବାରେ ଲାଗିଛି । ଆଜି ଆଇପିଏଲରେ ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନ୍ ରାଇଜର୍ସ ହାଇଦ୍ରାବାଦ ବନାମ ମହେନ୍ଦ୍ରସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଆଜି ଉଭୟ ଦଳ ସେମାନଙ୍କ ଚତୁର୍ଥ ମ୍ୟାଚ୍ ଦୁବାଇରେ ଖେଳିବେ । ପଏଣ୍ଟ ଟେବୁଲରେ ଚେନ୍ନାଇ ସୁପର କିଙ୍ଗସ୍ ଅଷ୍ଟମ ସ୍ଥାନରେ ଥିବାବେଳେ ସନ୍ ରାଇଜର୍ସ ହାଇଦ୍ରାବାଦ ସପ୍ତମ ସ୍ଥାନରେ ରହିଛି । ତେଣୁ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଉପରକୁ ଯିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ ।

ଅପରପକ୍ଷରେ ଚେନ୍ନାଇ ସୁପରକିଙ୍ଗସ୍ ଲଗାତର ଦୁଇଟି ମ୍ୟାଚ ହାରିବା ପରେ ଏହି ମ୍ୟାଚରେ ଧୋନୀ ବାହିନୀ କିପରି ପଡ଼ିଆକୁ ଓହ୍ଲାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେହିଭଳି ହାଇଦ୍ରାବାଦ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ପୁଣି ଥରେ ବିଜୟଧାରାକୁ ଫେରିଛି । ଏହି ମ୍ୟାଚରେ ମଧ୍ୟ ଦଳ ସେହି ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ