ସତ ମାନିଲା ଜଗନ୍ନାଥ: ମୃତ୍ୟୁର ଚାରିଦିନ ପୂର୍ବରୁ ରଚିଥିଲା କ୍ରାଇମ ପ୍ଲଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସତ କହିଲା ଜଗନ୍ନାଥ । ବହୁଚର୍ଚ୍ଚିତ ଭିମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ ପୋଲିସ ଆଗରେ ସତ ବଖାଣିଛି ଅଭିଯୁକ୍ତ ଜଗନ୍ନାଥ । ପ୍ରେମରେ ପ୍ରତାରଣା ରାଗରେ ଜଳୁଥିବା ଜଗନ୍ନାଥ କେମିତି ଏଭଳି କାଣ୍ଡ ଭିଆଇଲା ତାର ଗୋଟିଗୋଟି ତଥ୍ୟ ରଖିଛି । ଏହି ହତ୍ୟାକାଣ୍ଡ ପରେ ଅସୁସ୍ଥ ଥିବା ଜଗନ୍ନାଥ ଏବେ ସୁସ୍ଥ ହେବା ପରେ ଏୟାରଫିଲ୍ଡ ଥାନା ପୋଲିସ ତାକୁ ଜେରା କରିଛି । ଜେରାବେଳେ ସେ ସବୁ ସତ ମାନିବା ସହ ସେଦିନ ପ୍ରିୟଙ୍କା ଓ ତାଙ୍କ ଛୋଟ ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରି ଆସିଥିବା ଜଗନ୍ନାଥ କହିଛି ।

ଏହା ସହ ଚାରିଦିନ ଆଗରୁ ଜଗନ୍ନାଥ ମର୍ଡର ପ୍ଲଟ ରଚିଥିବା କହିଛି । ସେ ଲେଖିଥିବା ସୁଇସାଇଡ ନୋଟଟି ଚାରିିଦିନ ଆଗରୁ ଲେଖିଥିଲା । ପ୍ରେମରେ ଅନ୍ଧ ଥିବା ଜଗନ୍ନାଥ ଘଟଣାଦିନ ଚକଲେଟ ଓ ମିଠା ନେଇ ପ୍ରିୟଙ୍କା ଘରକୁ ଯାଇଥିଲା । ପ୍ରଥମେ ପୁଅକୁ ମିଠା ଦେବା ପରେ ତିନିଜଣ ମିଶି ସେଲ୍ଫି ମଧ୍ୟ ନେଇଥିଲେ । ଏହି ସମୟରେ ହଠାତ ଦହିବରା ନେଇ ଘରମାଲିକ ଆସିଥିଲା । ମାଲିକକୁ ଦେଖି ଜଗନ୍ନାଥ ବାଥରୁମଜରେ ଲୁଚିଯାଇଥିଲେ । ମାଲିକ ପ୍ରିୟଙ୍କାଙ୍କୁ ପୁଅକୁ ଦହିବରା ଦେବା ସହ ପୁଅକୁ ସାଙ୍ଗରେ ନେଇଯାଥିଲେ । ଫଳରେ ଶିଶୁଟିର ଜୀବନ ବଞ୍ଚିଯାଇଥିବା ସେ କହିଛି ।

ଏହା ପରେ ଜଗନ୍ନାଥ ସାଥିରେ ଆଣିଥିବା ସିନ୍ଦୁରକୁ ପ୍ରିୟଙ୍କା ମଥାରେ ଦେଇଥିଲା ଓ ନିଜ ସହ ଜୀବାକୁ ବାଧ୍ୟ କରିଥିଲେ । କିନ୍ତୁ ପ୍ରିୟଙ୍କା ଏଥିରେ ରାଜି ନହେବାରୁ ପ୍ରିୟଙ୍କାକୁ ହତ୍ୟା କରିଥିଲା ଜଗନ୍ନାଥ ଖାଲି ସେତିକି ନୁହେଁ ମୃତ୍ୟୁ ପରେ ପ୍ରିୟଙ୍କା ମଥାରେ ସିନ୍ଦୁର ମଧ୍ୟ ପିନ୍ଧାଇଥିଲା ଜଗନ୍ନାଥ । ଏହାପରେ ସେ ନିଜେ ବିଶ ପିଈଦେଇଥିବା ପୋଲିସ ଆଗରେ କହିଛି । ପୋଲିସ ଜଗନ୍ନାଥର ବୟାନ ରେକର୍ଡ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!