Masthead

ବିଦ୍ୟାଭାରତୀ-ମମତାଙ୍କ ସଂପର୍କ ନିବିଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ନେଉଛି । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଘଟଣା ଦିନ ଆମ୍ବୁଲାନ୍ସ ଡାକ୍ତରଖାନା ଯିବା ସମୟରେ ଗାଡିକୁ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଅଟକାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ମମତା ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ ସଂପର୍କକୁ ନେଇ ଉଠିଥିଲା ପ୍ରଶ୍ନ । ତେବେ ବିଦ୍ୟାଭାରତୀ ଏବଂ ମମତାଙ୍କ ମଧ୍ୟରେ ସଂପର୍କ ବାବଦରେ ବଖାଣିଛନ୍ତି ମମତାଙ୍କ ଶ୍ୱଶୁର ।

ମମତାଙ୍କ ଶ୍ୱଶୁରଙ୍କ କହିବା କଥା ବିଦ୍ୟାଭାରତୀଙ୍କ ମାମୁଁ ଘର ଏବଂ ମମତା ପଣ୍ଡାଙ୍କ ଘର ପାଖାପାଖି । ଗୋଟିଏ ଗ୍ରାମରେ ଦୁଇ ଗୋଟି ଘର। ପୂର୍ବରୁ ବିଦ୍ୟାଭାରତୀଙ୍କ ପରିବାର ସହିତ ମମତା ପଣ୍ଡାଙ୍କ ଶ୍ୱଶୁର ଘର ଲୋକଙ୍କ ସଂପର୍କ ଭଲ ରହିଥିଲା । ହେଲେ ତାହା ଆଉ ପୂର୍ବ ଭଳି ନାହିଁ । ତେବେ ବିଦ୍ୟାଭାରତୀ ତାଙ୍କ ମାମୁଁ ଘର କପ୍ତିପଦାକୁ ଯାଇଥିବା ବେଳେ ସେଠାରେ ମମତାଙ୍କ ସହିତ ତାଙ୍କର ଦେଖା ହୋଇ ସଂପର୍କ ହୋଇଥିଲା । ଯାହାକି ଅନେକ ସମୟରେ ଉଭୟ କଥାବାର୍ତା ହୁଅନ୍ତି । ଘଟଣା ଦିନ ପୂର୍ବ ସଂପର୍କ ଅନୁସାରେ ମମତାଙ୍କର ସାହାଯ୍ୟ ବିଦ୍ୟାଭାରତୀ ମାଗିଥିବେ ବୋଲି କହିଛନ୍ତି ମମତାଙ୍କ ଶ୍ୱଶୁର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ