Masthead

ଆସିଲା ଆଉ ୩ଟି ରାଫେଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଭାରତକୁ ଆସିଲା ଆଉ ତିନୋଟି ରାଫେଲ । ଏହାକୁ ମିଶାଇ ଭାରତକୁ ମୋଟ ୩ଟି ଯୁଦ୍ଧ ବିମାନ ଆସିଛି । ଏବେ ଆସିଥିବା ୩ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସଠାରେ ନିୟୋଜିତ ହେବ । ଗତକାଲି ରାତିରେ ଆସିଥିବା ୩ଟି ରାଫେଲ ବିମାନ ନଅଟକି ୮ହଜାର କିଲୋମିଟର ଯାତ୍ରା କରିଥିବା ଜଣାପଡ଼ିଛି । ଏହି ବିମାନଗୁଡ଼ିକ ୟୁଏଇରୁ ୩୩୦ ମଲ୍ଟି-ରୋଲ ଟ୍ରାନ୍ସପୋର୍ଟ ବିମାନ ସହାୟତାରେ ଉଡ଼ାଣ ଭରିଥିଲା । ଭାରତ ସରକାର ୨୦୧୬ ରେ ଫ୍ରାନ୍ସଠାରୁ ୫୯ ହଜାର କୋଟି ଟଙ୍କାର ୩୬ ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିଲେ ।

ଏବେ ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାତା କମ୍ପାନି ଡାସଲ୍ଡ ଭାରତକୁ ୨୪ଟି ବିମାନ ଯୋଗାଇ ଦେଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା ବାକି ବିମାନଗୁଡିକ ଯୋଗାଇ ଦେବ ବୋଲି ଆଶା କରାଯାଉଛି ଜ୍ଝ ଭାରତରେ କରୋନା ସଂକ୍ରମଣ କାରଣରୁ ରାଫେଲ ବିମାନ ଆସିବାରେ ଅନେକ ବିଳମ୍ବ ହୋଇଛି । ଭାରତରୁ ଫ୍ରାନ୍ସ ଯାଇଥିବା ଭାରତୀୟ ପାଇଲଟମାନଙ୍କୁ କ୍ୱାରେଣ୍ଟିନ ସହ ଅନେକ କଟକଣାର ସାମ୍ନା କରିବାକୁ ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ