Masthead

ଟିକାକରଣ ଦେଢ଼ କୋଟି ଡୋଜ୍ ଟପିଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍ ଟପିଛି । ଜାନୁଆରି ୧୬ ରେ ଆରମ୍ଭ ହୋଇଥିଲା ରାଜ୍ୟରେ ଟିକାକରଣ । ଏହାର ୬ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍ ଟପିଛି। ଗୁରୁବାର ୨ଲକ୍ଷ ୩୬ହଜାର ୭୭୪ଜଣ ଟିକା ନେବା ପରେ ସମୁଦାୟ ଡୋଜ୍ ସଂଖ୍ୟା ୧କୋଟି ୫୦ଲକ୍ଷ ୧ହଜାର ୧୨୬କୁ ବୃଦ୍ଧି ପାଇଛି। ଶୁକ୍ରବାର ଯାଜପୁର ଓ କେନ୍ଦ୍ରାପଡ଼ାରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ୭୯୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ରାଜ୍ୟରେ ଗୁରୁବାର ୧୧୫୮ ଟିକାକରଣ ଅଧିବେଶନରେ ୨ଲକ୍ଷ ୩୬ହଜାର ୭୭୪ଜଣ ଟିକା ନେଇଥିଲେ। ଏଥିରେ ୧୮-୪୪ବର୍ଗର ୧ଲକ୍ଷ ୭ହଜାର ୫୧୦ଜଣ ପ୍ରଥମ ଓ ୧୪,୫୪୨ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ସେହିପରି ୪୫ବର୍ଷରୁ ଅଧିକ ୨୫,୩୨୬ଜଣ ପ୍ରଥମ ଓ ୮୫,୮୯୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮-୪୪ବଗର ୨୨ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୫୫ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ରାଜ୍ୟରେ ୧୧ହଜାର ୧୩୫ଜଣ ଗର୍ଭବତୀ ଟିକା ନେଇ ସାରିଲେଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ