‘ଭାରତ ଓ ପାକିସ୍ତାନ ଉଭୟଙ୍କ ଭିତରେ ସମାନ ପ୍ରେମ ଅଛି’ : ସନ୍ନି ଦେଓଲ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବୁଧବାର ରିଲିଜ ହୋଇଛି ‘ଗଦର୨’ର ଟ୍ରେଲର । ଟ୍ରେଲର ରିଲଜ ଅବସରରେ ସନ୍ନି ଦେଓଲ୍ ଭାରତ ଓ ପାକିସ୍ତାନ ଭିତରେ ଥିବା ସମ୍ପର୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଉଭୟ ଦେଶର ଲୋକମାନେ ଶାନ୍ତି ଚାହୁଁଛନ୍ତି, ଝଗଡା ଚାହୁଁ ନାହାଁନ୍ତି । ଭାରତ ପାକିସ୍ତାନ ଉଭୟଙ୍କ ଭିତରେ ସମାନ ପ୍ରେମ ଅଛି ।ଏହା ହେଉଛି ଏକ ରାଜନୈତିକ ଖେଳ, ଯାହାକି ଉଭୟଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିଛି । ଏଥର ଏହି ଫିଲ୍ମ ‘ଗଦର ୨’ରେ ମଣିଷ ମଣିଷ ଭିତରେ ଥିବା ମାନବିକତାକୁ ଦେଖିବାକୁ ପାଇବେ । ଫିଲ୍ମ ‘ଗଦର’ କିମ୍ବା ‘ଗଦର ୨’ ହେଉ ଉଭୟ ଚଳଚ୍ଚିତ୍ରର ବିଷୟବସ୍ତୁ ଭାରତ-ପାକିସ୍ଥାନ ଉପରେ ଆଧାରିତ । ପ୍ରଥମ ଗଦର ରେ ଦୁଇ ଦେଶ ମଧ୍ୟରେ ବିଭାଜନର ଯନ୍ତ୍ରଣା ଏବଂ ଘୃଣା ଦେଖିବାକୁ ମିଳିଥିଲା । ଏଥର ‘ତାରା ସିଂ’, ‘ସକେନା’ ଏବଂ ତାଙ୍କ ପୁଅ ‘ଜିତଙ୍କ’ କାହାଣୀ ଦେଖିବାକୁ ମିଳିବ ।

‘ଗଦର୨’ ସିନେମାଟିର କାହାଣୀ କିଛି ଏପରି ଅଛି କି, ଯେଉଁଠାରେ ‘ସକେନା’ ଏବଂ ‘ତାରା ସିଂ’ଙ୍କ ପୁଅ ବର୍ତମାନ ବଡ ହୋଇଯାଇଛନ୍ତି । ଏବଂ ସେ ଭାରତୀୟ ସେନାରେ କାର୍ଯ୍ୟ କରୁଛନ୍ତି । କୌଣସି କାରଣ ପାଇଁ ଭୁଲ ବସତ ସେ ପାକିସ୍ଥାନରେ ପହଞ୍ଚିଯାଇଛନ୍ତି । ଏବଂ ସେଠାରେ ତାଙ୍କୁ ବହୁତ ଅତ୍ୟାଚାର କରାଯାଉଛି ।ପୁଅକୁ ବଞ୍ଚାଇବା ପାଇଁ ‘ତାରା ସିଂ’ ପୁଣିଥରେ ପାକିସ୍ଥାନ ଯାଇଛନ୍ତି । ତେବେ୧୧ ଅଗଷ୍ଟ ୨୦୨୩ ରେ ଗଦର ୨ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ