Masthead

‘ଭାରତ ଓ ପାକିସ୍ତାନ ଉଭୟଙ୍କ ଭିତରେ ସମାନ ପ୍ରେମ ଅଛି’ : ସନ୍ନି ଦେଓଲ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବୁଧବାର ରିଲିଜ ହୋଇଛି ‘ଗଦର୨’ର ଟ୍ରେଲର । ଟ୍ରେଲର ରିଲଜ ଅବସରରେ ସନ୍ନି ଦେଓଲ୍ ଭାରତ ଓ ପାକିସ୍ତାନ ଭିତରେ ଥିବା ସମ୍ପର୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଉଭୟ ଦେଶର ଲୋକମାନେ ଶାନ୍ତି ଚାହୁଁଛନ୍ତି, ଝଗଡା ଚାହୁଁ ନାହାଁନ୍ତି । ଭାରତ ପାକିସ୍ତାନ ଉଭୟଙ୍କ ଭିତରେ ସମାନ ପ୍ରେମ ଅଛି ।ଏହା ହେଉଛି ଏକ ରାଜନୈତିକ ଖେଳ, ଯାହାକି ଉଭୟଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିଛି । ଏଥର ଏହି ଫିଲ୍ମ ‘ଗଦର ୨’ରେ ମଣିଷ ମଣିଷ ଭିତରେ ଥିବା ମାନବିକତାକୁ ଦେଖିବାକୁ ପାଇବେ । ଫିଲ୍ମ ‘ଗଦର’ କିମ୍ବା ‘ଗଦର ୨’ ହେଉ ଉଭୟ ଚଳଚ୍ଚିତ୍ରର ବିଷୟବସ୍ତୁ ଭାରତ-ପାକିସ୍ଥାନ ଉପରେ ଆଧାରିତ । ପ୍ରଥମ ଗଦର ରେ ଦୁଇ ଦେଶ ମଧ୍ୟରେ ବିଭାଜନର ଯନ୍ତ୍ରଣା ଏବଂ ଘୃଣା ଦେଖିବାକୁ ମିଳିଥିଲା । ଏଥର ‘ତାରା ସିଂ’, ‘ସକେନା’ ଏବଂ ତାଙ୍କ ପୁଅ ‘ଜିତଙ୍କ’ କାହାଣୀ ଦେଖିବାକୁ ମିଳିବ ।

‘ଗଦର୨’ ସିନେମାଟିର କାହାଣୀ କିଛି ଏପରି ଅଛି କି, ଯେଉଁଠାରେ ‘ସକେନା’ ଏବଂ ‘ତାରା ସିଂ’ଙ୍କ ପୁଅ ବର୍ତମାନ ବଡ ହୋଇଯାଇଛନ୍ତି । ଏବଂ ସେ ଭାରତୀୟ ସେନାରେ କାର୍ଯ୍ୟ କରୁଛନ୍ତି । କୌଣସି କାରଣ ପାଇଁ ଭୁଲ ବସତ ସେ ପାକିସ୍ଥାନରେ ପହଞ୍ଚିଯାଇଛନ୍ତି । ଏବଂ ସେଠାରେ ତାଙ୍କୁ ବହୁତ ଅତ୍ୟାଚାର କରାଯାଉଛି ।ପୁଅକୁ ବଞ୍ଚାଇବା ପାଇଁ ‘ତାରା ସିଂ’ ପୁଣିଥରେ ପାକିସ୍ଥାନ ଯାଇଛନ୍ତି । ତେବେ୧୧ ଅଗଷ୍ଟ ୨୦୨୩ ରେ ଗଦର ୨ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ