Masthead

ତାଲିବାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ୫ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କିଛିଦିନ ତଳେ ଆଫଗାନସ୍ତାନରୁ ଆମେରିକା ନିଜର ସେନା ପ୍ରତ୍ୟାହାର କରିଥିଲା । ତେବେ ଏହାକୁ ଦେଖି ଆଫଗାନିସ୍ତାନରେ ତାଲିବାନ ପୁଣି ସକ୍ରିୟ ହେବା ସହ ଅନେକ ସହରକୁ ନ୍ଖକ୍ସ ନିୟନ୍ତ୍ରଣରେ ନେବା ପାଇଁ ଚେଷ୍ଟା କରୁଛି । ଅଫଗାନିସ୍ତାନର ଲୋକଙ୍କ ଉପରେ ଅତ୍ୟାଚାର ବି ଆରମ୍ଭ କରିଦେଇଥିବା ଜଣାପଡ଼ିଥିଲା । ଯାହାକୁ ନଜରରେ ରଖି ଆଫଗାନିସ୍ତାନର ସହଯୋଗରେ ତାଲିବାନ ଉପରେ ଏୟାରଷ୍ଟ୍ରାଇକ କରିଛି ଆମେରିକା ।

ସେପଟେ ସେନା ପ୍ରତ୍ୟାହାର କରିବା ନିଷ୍ପତ୍ତିରୁ ମଧ୍ୟ ୟୁଟର୍ଣ୍ଣ ନେଇଛି ଆମେରିକା । ତେବେ ଆମରେିକା କରିଥିବା ଏୟାରଷ୍ଟ୍ରାଇକରେ ତାଲିବାନର ଅନେକ କ୍ୟାମ୍ପ ନଷ୍ଟ ହୋଇଛି । ସେହିଭଳି ୫ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମର ସୂଚନାନୁସାରେ, ଗତ ତିନି ଦିନ ମଧ୍ୟରେ ଆଫଗାନିସ୍ତାନର ଅନେକ ପ୍ରାନ୍ତରେ ଆମେରିକା ଏୟାରଷ୍ଟ୍ରାିକ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ତାଲିବାନ ଆଫଗାନିସ୍ତାନର ୪୧୯ ଟି ଜିଲ୍ଲାର ପ୍ରାୟ ୨୧୦ଟି ସ୍ଥାନକୁ ନିୟନ୍ତ୍ରଣକୁ ନେଇଛି। ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଅନେକ ସ୍ଥାନରେ ତାଲିବାନରୁ ଯୁଦ୍ଧ ଚାଲିଛି।

ଆମେରିକାର ଯୁଗ୍ମ ସେନାଧ୍ୟକ୍ଷ ଜେନେରାଲ ମାର୍କ ମିଲ କହିଛନ୍ତି ଯେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନ ବିଭିନ୍ନ ରଣନୀତି ତିଆରି କରିଛି। ବୁଧବାର ମିଲ ପେଣ୍ଟାଗନକୁ କହିଛନ୍ତି ଯେ ଏହା ଆଫଗାନିସ୍ତାନର ସୁରକ୍ଷା, ସରକାର ଏବଂ ଆଫଗାନିସ୍ତାନର ଲୋକଙ୍କ ଇଚ୍ଛାଶକ୍ତି ଏବଂ ନେତୃତ୍ୱ ବିରୋଧରେ ରହିଛି। ପେଣ୍ଟାଗନ୍ କହିଛି ଯେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ୯୫ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ। ମିଲଙ୍କ ସହ ଆସିଥିବା ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେରିକାର ସୈନ୍ୟ ବାହିନୀର ଉଦ୍ୟମ ତାଲିବାନ ଉପରେ ନୁହେଁ ବରଂ ଆତଙ୍କବାଦୀ ବିପଦର ମୁକାବିଲା ଉପରେ କେନ୍ଦ୍ରୀତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼