Masthead

୬ଦିନ ହେବ ଅନଶନରେ ବସିଛନ୍ତି ଆଦିବାସୀ

କୋକସରା (ବଡ଼ ଖବର ବ୍ୟୁରୋ): ସାହାଜଖୋଲ ଜଙ୍ଗଳଲେ ଆଦିବାସୀଙ୍କୁ ମାରଣାନ୍ତକ ଆକ୍ରମଣ । ୨୩ ଦିନ ହେଇଗଲାଣି ହେଲେ ଆକ୍ରମଣକାରୀଙ୍କୁ ଗିରଫ କରିପାରିନି ପୋଲିସ । ଏନେଇ ଆଜିକୁ ୬ ଦିନ ହେବ ଅନଶନରେ ବସିଛନ୍ତି ଆଦିବାସୀ । ଆମପାଣି ଥାନାର ଗୋତମୁଣ୍ଡା ବିଟ ସାହାଜଖୋଲ ଜଙ୍ଗଲରେ ଥିବା ଡୁମେରପାଣି ଓ ଭତାପାଣି ରହୁଥିବା ଆଦିବାସୀଙ୍କୁ ଜଙ୍ଗଲ ବିଭାଗ ଓ ସାହାଜ ସୁରକ୍ଷା ସମିତି ଆକ୍ରମଣ କରିଥିଲେ । ଆଦିବାସୀଙ୍କ ଘର ଭାଙ୍ଗି ଦେଇଥିଲେ । ଛୋଟ ଛୁଆଙ୍କୁ ମଧ୍ୟ ମାଡ ମାରିଥିଲେ । ସେ ନେଇ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଆଦିବାସୀଙ୍କ ଆକ୍ରମଣ ଘଟଣାକୁ ନେଇ ବଡ଼ ଖବର ବାରମ୍ବାର ଦେଖାଇଥିଲା । ଖବର ପ୍ରସାରଣ ପରେ ଘଟଣାସ୍ଥଳରେ କଳାହାଣ୍ଡି ଏସପି ଓ ଏସପିଡିଓ ତଦନ୍ତ ପାଇଁ ଯାଇଥିଲେ । ହେଲେ ତଦନ୍ତ ତଦନ୍ତ ରେ ରହି ଯାଇଛି । ଝରୀଗାଁ ବିଧାୟକ ପ୍ରକାଶ ମାଝୀ ସମେତ ନବରଙ୍ଗପୁର ସବ-କଲେକ୍ଟର ଚାନ୍ଦାହାଣ୍ଡି ବିଡ଼ିଓ, ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ । ଏ ପର୍ୟ୍ୟନ୍ତ ଦୋଷୀକୁ ଦଣ୍ଡ ମିଳିପାରିନାହିଁ । ଏତେ ଦିନ ହେଲା ଦୋଷୀକୁ କାହିଁକି ଦଣ୍ଡ ମିଳୁନି, ପୋଲିସକୁ ରାଜନୈତିକ ଚାପ ପଡୁନିତ ଏନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଆଦିବାସୀ ଙ୍କୁ ବେଘର କରିଦେବା ପରେ ବର୍ତମାନ ତମ୍ବୁ ଗାଡି ରହୁଛନ୍ତି । ଅନେକ ଥର ଅନଶନ ମଧ୍ୟ କରିଛନ୍ତି ହେଲେ ଆଦିବାସୀଙ୍କୁ ନ୍ୟାୟ ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ