ଅଲିମ୍ପିକ୍ସ ବ୍ରେକିଂ: ହକିରେ ବିଜୟରୁ ଅଭିଯାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଭାରତର ଦମଦାର ବିଜୟ। ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଲିମ୍ପିକ୍ସରେ ଭାରତର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତ । ଭାରତ ବିଜୟର ହିରୋ ରହିଥିଲେ ହରମନପ୍ରୀତ । ସେ ଦୁଇଟି ଗୋଲ ଦେଇଥିଲେ । ରୁପେନ୍ଦ୍ର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ । ପ୍ରଥମ କ୍ୱାଟରରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ପ୍ରଥମ କ୍ୱାଟର ଶେଷ ବେଳକୁ ୧-୧ରେ ବାରବାର ଥିଲା । ଦ୍ୱିତୀୟ କ୍ୱାଟରରେ ଆଉ ଏକ ଗୋଲ ଦେଇଥିଲା ଭାରତ ।

ତୃତୀୟ କ୍ୱାର୍ଟରର ଆରମ୍ଭରୁ ହରମନପ୍ରୀତ ପେନାଲ୍ଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ୩-୧ରେ ଦଳକୁ ଆଗୁଆ କରିଥିଲେ । ହେଲେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ପ୍ରଥମ ଫିଲ୍ଡ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜିଲାଣ୍ଡ , ଫଳରେ ମ୍ୟାଚ ୨-୩ ସ୍ତରକୁ ଆସିଥିଲା । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଂଚକର ବିଜୟ ହାସଲ କରିଥିଲା । ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାଶ ଚୂଡାନ୍ତ ଦଳରେ ସ୍ଥାନ ପାଇଥିଲେ । ଏହା ସହିତ ଅମିତ ରୋହିଦାଶ ଅଲିମ୍ପିକ୍ସ ପଦାର୍ପଣ କରିଛନ୍ତି । ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ । ସେପଟେ ମହିଳା ଦଳର ଆଜି ଟୋକିଓରେ ଅଭିଯାନ ଆରମ୍ଭ କରିବ । ଭାରତୀୟ ମହିଳା ଦଳର ମୁକାବିଲା ନେଦରଲାଣ୍ଡ ସହିତ ରହିଛି । ଅପରାହ୍ନ ୫ଟା ୧୫ ମିନିଟରେ ଏହି ମ୍ୟାଚ୍ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ