Masthead

ପୋଖରୀ ଖୋଳା ନାଁରେ ଖାଇଲେ ଲକ୍ଷେ ୮୦

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ପୋଖରୀ ଖୋଳା ନାଁରେ ସରକାରୀ ଅର୍ଥ ହଡ଼ପ। କେନ୍ଦୁଝର ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ଲକ୍ଷ୍ମୀପଶି ଗାଁର ନମିତା ନାଏକଙ୍କ ନାଁରେ ଦିଆଯାଇଛି ଫାର୍ମ ପୋଖରୀ । ପୋଖରୀ କାମରେ ପାଖାପାଖି ୬୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଖୋଳା ହୋଇନି ପୋଖରୀ । ଏପରିକି ପୋଖରୀ କଥା ମଧ୍ୟ ଜାଣିନଥିବା କହିଛନ୍ତି ନମିତା । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ନିଜ ପରିବାର ପ୍ରତିପୋଷଣ ପାଇଁ ନମିତା ଦେଢ ବର୍ଷ ତଳେ ନିଜ ଚାଷ ଜମିରେ ପୋଖରୀ ଖୋଳିବା ପାଇଁ ଘଟଗାଁ ମୃତ୍ତିକା ସଂରକ୍ଷଣ ବିଭାଗ ନିକଟରେ ଆବେଦନ କରିଥିଲେ ।

ହେଲେ ବିଭାଗୀୟ ଅଧିକାରୀ ଆଜି, କାଲି କହି ଦିନ ଗଡେଇ ଚାଲିଥିଲେ । ଶେଷରେ ପୋଖରୀ ହୋଇପାରିଲା ନାହିଁ । ହେଲେ ୧୬ ସେପ୍ଟେମ୍ବର ୨୦୨୦ରୁ ୧ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ପୋଖରୀ ପାଇସାରିଛନ୍ତି ନମିତା । ୫୭ହଜାର ୮୨୦ ଟଙ୍କା କାମରେ ଖର୍ଚ୍ଚ ହୋଇସାରିଛି । ଏପରିକି କାଗଜ କଲମରେ ୪୪ ଜଣ ଶ୍ରମିକ ମଧ୍ୟ କାର୍ଯ୍ୟ କରିଥିବା ଦର୍ଶାଯାଇଛି । ହେଲେ ନମିତାଙ୍କ ଜମିରେ ପୋଖରି ହୋଇନାହିଁ ।

ଖବର ବଡ଼ ଖବର ହାତରେ ତଥ୍ୟ ଲାଗିବ ପରେ ଦୁର୍ନୀତିକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି ବିଭାଗୀୟ ଅଧିକାରମାନେ । ରାତି ଅଧରେ ନମିତାଙ୍କ ପାଖରେ ପହଞ୍ଚି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଛି । ଖୁବଶୀଘ୍ର ପୋଖରୀ ଖୋଳିଦେବା ସହ ବିଭିନ୍ନ ଚାପ ପକାଯାଉଥିବା ଜଣାପଡିଛି । ସେପଟେ ବିଭାଗୀୟ ଅଧିକାରୀ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଉଥିବା ବେଳେ କୋଭିଡର ବାହାନା କରି ଖସିଯିବାକୁ ଚେଷ୍ଟା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା