Masthead

ପୋଖରୀ ଖୋଳା ନାଁରେ ଖାଇଲେ ଲକ୍ଷେ ୮୦

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ପୋଖରୀ ଖୋଳା ନାଁରେ ସରକାରୀ ଅର୍ଥ ହଡ଼ପ। କେନ୍ଦୁଝର ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ଲକ୍ଷ୍ମୀପଶି ଗାଁର ନମିତା ନାଏକଙ୍କ ନାଁରେ ଦିଆଯାଇଛି ଫାର୍ମ ପୋଖରୀ । ପୋଖରୀ କାମରେ ପାଖାପାଖି ୬୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଖୋଳା ହୋଇନି ପୋଖରୀ । ଏପରିକି ପୋଖରୀ କଥା ମଧ୍ୟ ଜାଣିନଥିବା କହିଛନ୍ତି ନମିତା । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ନିଜ ପରିବାର ପ୍ରତିପୋଷଣ ପାଇଁ ନମିତା ଦେଢ ବର୍ଷ ତଳେ ନିଜ ଚାଷ ଜମିରେ ପୋଖରୀ ଖୋଳିବା ପାଇଁ ଘଟଗାଁ ମୃତ୍ତିକା ସଂରକ୍ଷଣ ବିଭାଗ ନିକଟରେ ଆବେଦନ କରିଥିଲେ ।

ହେଲେ ବିଭାଗୀୟ ଅଧିକାରୀ ଆଜି, କାଲି କହି ଦିନ ଗଡେଇ ଚାଲିଥିଲେ । ଶେଷରେ ପୋଖରୀ ହୋଇପାରିଲା ନାହିଁ । ହେଲେ ୧୬ ସେପ୍ଟେମ୍ବର ୨୦୨୦ରୁ ୧ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ପୋଖରୀ ପାଇସାରିଛନ୍ତି ନମିତା । ୫୭ହଜାର ୮୨୦ ଟଙ୍କା କାମରେ ଖର୍ଚ୍ଚ ହୋଇସାରିଛି । ଏପରିକି କାଗଜ କଲମରେ ୪୪ ଜଣ ଶ୍ରମିକ ମଧ୍ୟ କାର୍ଯ୍ୟ କରିଥିବା ଦର୍ଶାଯାଇଛି । ହେଲେ ନମିତାଙ୍କ ଜମିରେ ପୋଖରି ହୋଇନାହିଁ ।

ଖବର ବଡ଼ ଖବର ହାତରେ ତଥ୍ୟ ଲାଗିବ ପରେ ଦୁର୍ନୀତିକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି ବିଭାଗୀୟ ଅଧିକାରମାନେ । ରାତି ଅଧରେ ନମିତାଙ୍କ ପାଖରେ ପହଞ୍ଚି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଛି । ଖୁବଶୀଘ୍ର ପୋଖରୀ ଖୋଳିଦେବା ସହ ବିଭିନ୍ନ ଚାପ ପକାଯାଉଥିବା ଜଣାପଡିଛି । ସେପଟେ ବିଭାଗୀୟ ଅଧିକାରୀ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଉଥିବା ବେଳେ କୋଭିଡର ବାହାନା କରି ଖସିଯିବାକୁ ଚେଷ୍ଟା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!