Masthead

ଆଶ୍ରିତ ଉଜ୍ୱଳା ଗୃହରୁ ୫ ଅନ୍ତେବାସୀ ଫେରାର

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ଅସହାୟଙ୍କୁ ସାହୟକ ହେବା ପାଇଁ ସରକାର ସୁଧାର ଗୃହ ଯୋଜନା କରିଛନ୍ତି । ଏହି ସୁଧାର ଗୃହରେ ଅସହାୟମାନଙ୍କ ପାଇଁ ରହିବା, ଖାଇବାର ବ୍ୟବସ୍ଥା ସହିତ ତାଙ୍କର ଭଳମନ୍ଦ ବୁଝିବା ପାଇଁ ମଧ୍ୟ ସୁବିଧା କରାଯାଇଛି । ସମସ୍ତ ସୁବିଧା ପାଇ ମଧ୍ୟ ଅନ୍ତେବାସୀମାନେ ସୁଧାରଗୃହରେ ନରହି ଲୁଚି ଫେରାର ହୋଇଯିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଆଶ୍ରିତ ଉଜ୍ୱଳା ଗୃହରୁ ୫ଜଣ ଅନ୍ତେବାସୀ ଫେରାର ହୋଇଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗତ ୨୩ ତାରିଖ ରାତିରୁ ତରଭା ସ୍ଥିତ ଆଶ୍ରିତ ଉଜ୍ୱଳା ଗୃହରୁ ୫ଜଣ ଅନ୍ତେବାସୀ କୁଆଡେ ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ମିଳୁନାହିଁ । ଏନେଇ ଥାନାରେ ଏକ ମାମଲା ଦାୟର ହୋଇଛି । ଘଟଣାସ୍ଥଳରେ ତରଭା ପୋଲିସ ସହ ସୋନପୁର ଏସଡ଼ିପିଓ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଅନ୍ୟପଟେ ସୁଧାର ଗୃହର ଦାୟିତ୍ୱରେ ଥିବା କବିତା ସେଠୀ ତଦନ୍ତ ସମୟରେ ସାମ୍ବାଦିକମାନଙ୍କୁ ସୁଧାର ଗୃହ ଭିତରକୁ ପଶିବାକୁ ବାରଣ କରିବା ସହ ଗେଟରେ ତାଲା ପକାଇ ଦେଇଥିଲେ । ତେବେ କାହିଁକି ସାମ୍ବାଦିକମାନଙ୍କୁ ମନା କଲେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଗୃହ ଦାୟିତ୍ ବରେ ଥିବା କବିତା ସେଠୀ କହିଛନ୍ତି ସେମାନେ ପଳେଇଲା ଲୋକ ପଳେଇଲେ । ଏଥିରେ କ’ଣ ଅସୁବିଧା ଅଛି । ଏହା ଏକ ସାଧାରଣ କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ