Masthead

ମୁଖ୍ୟମନ୍ତ୍ରୀ ଭାବେ କେବେ ବି କାର୍ଯ୍ୟକାଳ ପୂରା କରିନାହାନ୍ତି ୟେଦ୍ୟୁରପ୍ପା

(ବଡ଼ ଖବର ବ୍ୟୁରୋ): ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି ବି.ଏସ୍. ୟେଦ୍ୟୁରପ୍ପା । ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ଏହାକୁ ଗ୍ରହଣ କରିଥିଲେ । ତା ସହ ୟେଦ୍ୟୁରପ୍ପାଙ୍କ ମନ୍ତ୍ରୀମଣ୍ଡଳକୁ ଭାଙ୍ଗି ଦେଇଥିଲେ । ୟେଦ୍ୟୁରପ୍ପାଙ୍କ ସମର୍ଥକ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ବିଜେପି ନେତୃବୃନ୍ଦଙ୍କ ଚାପରେ ୟେଦ୍ୟୁରପ୍ପା ଇସ୍ତଫା ଦେଇଥିବା ତାଙ୍କ ସମର୍ଥକ ଅଭିଯୋଗ କରିଥିଲେ । ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ।


କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ‌‌ ୟେଦ୍ୟୁରପ୍ପା ସୋମବାର ଇସ୍ତଫା‌ ଦେଇଛନ୍ତି। ‌ ୟେଦ୍ୟୁରପ୍ପାଙ୍କ ସରକାରକୁ ସୋମବାର ୨ ବର୍ଷ ପୂର୍ତ୍ତି ହୋଇଥିଲା । ଏହି ଅବସରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ସେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଇସ୍ତଫା‌ ଘୋଷଣା କରିବା ସମୟରେ ୟେଦ୍ୟୁରପ୍ପା ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । ଶେଷରେ କାନ୍ଦି ପକାଇଥିଲେ । ୟେଦ୍ୟୁରପ୍ପା କହିଥିଲେ, ଦୁଃଖରେ ନୁହେଁ, ଖୁସିରେ ମୁଁ ଇସ୍ତଫା ଦେଉଛି। ୟେଦ୍ୟୁରପ୍ପା ଆଉ ମଧ୍ୟ କହିଥିଲେ, ଇସ୍ତଫା ଦେବାପାଇଁ ତାଙ୍କୁ ବିଜେପି ହାଇକମାଣ୍ଡରୁ କେହି ବାଧ୍ୟ କରିନାହାନ୍ତି । କି କାହାରି ଚାପରେ ସେ ଇସ୍ତଫା ଦେଇନାହାନ୍ତି। ସେହିପରି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ସେ କୌଣସି ନାମ ସୁପାରିସ କରିନଥିବା ସ୍ପଷ୍ଟ କରିଥିଲେ। ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ କରାଯାଇପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା । କିନ୍ତୁ ଏହାକୁ ସେ ଖଣ୍ଡନ କରିଥିଲେ। ୟେଦୁରପ୍ପା କହିଛନ୍ତି, ସେ ରାଜ୍ୟପାଳ ହେଉନାହାନ୍ତି କି ଅନ୍ୟ କେଉଁଠିକୁ ଯାଉନାହାନ୍ତି। ସେ ରାଜନୀତିରେ ରହିବେ । ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବା । ବିଜେପିକୁ ଜିତେଇବା ପାଇଁ ଶତ ପ୍ରତିଶତ କାମ କରିବେ।


୭୮ ବର୍ଷିୟ ବିଏସ୍‌ ୟେଦ୍ୟୁରପ୍ପା ୪ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇ ‌ରେକର୍ଡ କରିଛନ୍ତି। କିନ୍ତୁ କେବେ ବି ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟକାଳ ‌ଶେଷ କରି ପାରିନାହାନ୍ତି। ୟେଦ୍ୟୁରପ୍ପା ୨୦୦୭ ନଭେମ୍ବର ୧୨ରେ ପ୍ରଥମ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ମାତ୍ର ୭ ଦିନ ପରେ ଇସ୍ତଫା ଦେଇଥିଲେ। ଏହାପରେ ସେ ପୁଣିଥରେ ୨୦୦୮, ମେ’ ୩୦ରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୧୧ ଅଗଷ୍ଟ ୪ରେ ଇସ୍ତଫା ଦେଇଥିଲେ। ଦ୍ବିତୀୟ ଥର କାର୍ୟ୍ୟକାଳରେ ସେ ୩ ବର୍ଷ ୬୬ ଦିନ କ୍ଷମତାରେ ରହିଥିଲେ। ଏହାପରେ ୨୦୧୮, ୧୭ ମେ ରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ମାତ୍ର ୬ ଦିନ ପରେ ସେ ଇସ୍ତଫା ଦେଇଥିଲେ। ୨୦୧୮ ନିର୍ବାଚନରେ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୧୦୫ଟି ଆସନ ମିଳିଥିଲା।

ବଡ଼ଦଳ ଭାବେ ବିଜେପି ରାଜ୍ୟରେ ସରକାର ଗଠନ କଲା। ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ସଂଖ୍ୟାଗରିଷ୍ଠତା‌ ନମିଳିବାରୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିଲେ । ୨୦୧୯ ଜୁଲାଇ ୨୬‌ରେ ସେ ନାକଟୀୟ କ୍ରମରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇ ସୋମବାର ଇସ୍ତଫା ଦେଇଥିଲେ। ୟେଦ୍ୟୁରପ୍ପାଙ୍କ ଇସ୍ତଫାକୁ ନେଇ ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ବଲେହୋସ୍‌ ମଠର ଦିଙ୍ଗଲେଶ୍ବର ସ୍ବାମୀ ପୁଣିଥରେ ତାଙ୍କ କଥା ଦୋହରାଇଛନ୍ତି। ସେ କହିଛନ୍ତି, ୟେଦ୍ୟୁରପ୍ପା ଅତ୍ୟନ୍ତ କଷ୍ଟରେ ଇସ୍ତଫା ଦେଇଛନ୍ତି। କର୍ଣ୍ଣାଟକ ବିଜେପି ଲୁହରେ ଭାସିଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ