ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ଭୟ କମିନଥିବା ବେଳେ ହୁ ହୁ ହୋଇ ମାଡୁଛି ଡେଙ୍ଗୁ । ରାଜ୍ୟରେ ବଢିବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରାଜଧାନୀରେ ବସ୍ତି ଅଞ୍ଚଳ ଅପେକ୍ଷା ଜନଗହଳି ଅଞ୍ଚଳରୁ ଅଧିକ ଡେଙ୍ଗୁ ବାହାରୁଛି। ବର୍ତ୍ତମାନ ରାଜ୍ୟରେ ୬୧୪ ଡେଙ୍ଗୁ ରୋଗୀ ଥିବା ବେଳେ ବିଏମସି ଅଞ୍ଚଳରୁ ସର୍ବାଧିକ ୪୮୨ଟି କେସ୍ ଏବଂ କଟକରୁ ୩୧ଟି କେସ୍ ବାହାରିଛି। ଭୁବନେଶ୍ୱର ୩ ଟି ସ୍ଥାନରେ ମାଗଣା ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛ।

ଶୁକ୍ରବାର ଡେଙ୍ଗୁକୁ ନିୟନ୍ତ୍ରଣ କରାଯିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ପକ୍ଷରୁ ଯେଉଁ ସ୍ଥାନରେ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି ସେଇଠି କରନ୍ତୁ ବୋଲି ଲୋକଙ୍କୁ ସରକାର ନିବେଦନ କରିଛନ୍ତି। ଯେଉଁ ପ୍ରାଇଭେଟ ଲ୍ୟାବରେ ଲୋକ ପରୀକ୍ଷା କରାଉଛନ୍ତି ଯଦି କାହାର ପଜିଟିଭ ଆସିଲା ଏବଂ ଡେଙ୍ଗୁରେ ମୃତ୍ୟୁ ହେଲା ତାହା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ଆବଶ୍ୟକ। ଲୋକେ ଭୟଭୀତ ନହେବା  ଉଚିତ । ସରକାରୀ ସ୍ତରରେ ମଧ୍ୟ ଏହି ରୋଗର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। କିପରି ବିଏମସି ଅଞ୍ଚଳରୁ ଏହାର ନିରାକାରଣ ହୋଇ ପାରିବ ସେଥିପାଇଁ ବିଏମସି ଅଞ୍ଚଳରେ ଅଧିକ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’