ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ

(ବଡ଼ ଖବର ବ୍ୟୁରୋ): ଆସାମ-ମିଜୋରାମରେ ସୀମାକୁ ନେଇ ବଢୁଛି ସଂଘର୍ଷର ତାତି । ଜୁଲାଇ ୨୬ରେ ଆସାମ ଏବଂ ମିଜୋରାମ ପୁଲିସ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ଆସାମର ୫ ପୁଲିସ କର୍ମୀ ଶହୀଦ ହୋଇଥିବା ବେଳେ ମିଜୋରାମ ସରକାରର ଅନେକ ପୁଲିସ ଆହତ ହୋଇଥିଲେ। ଏହାରି ଭିତରେ ମିଜୋରାମ ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି।

ହିମନ୍ତ ବିଶ୍ବ ଶର୍ମାଙ୍କ ପ୍ରଶାସନର ୬ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ପ୍ରାୟ ୨୦୦ ଅନାମିତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ କରାଯାଇଛି। ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଥିବା ପୁଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି ଆସାମର ଜଣେ ଇନ୍ସପେକ୍ଟର୍‌ ଜେନେରାଲ୍, ଜଣେ ଡେପୁଟି ଇନ୍ସପେକ୍ଟର୍‌ ଜେନେରାଲ୍ ଓ ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌। ମିଜୋରାମ ପୁଲିସ କୋଲାସିବ ଜିଲ୍ଲାର ଭୈୟରେଙ୍ଗତେ ଥାନାରେ ଏହି ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ସୋମବାର ଆସାମ ଅଧିକାରୀଙ୍କ ଏକ ଟିମ୍ ଉପରେ ମିଜୋରାମ ପୁଲିସ ଗୁଳି ଚଳାଇଥିଲା।

ଯେଉଁଥିରେ ଆସାମ ପୁଲିସର ୫ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆସାମ ପୁଲିସର ପାଲଟା ଆକ୍ରମଣରେ ମିଜୋରାମ ପୁଲିସର ଅନେକ କର୍ମଚାରୀ ଆହତ ହୋଇଛନ୍ତି। ଏହି ହଂସାକାଣ୍ଡ ପରେ ଆସାମ-ମିଜୋରାମ ସୀମାରେ କେନ୍ଦ୍ର ସୁରକ୍ଷା ବାହିନୀ ନିୟୋଜିତ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର କହିଛି। ଦୁଇ ରାଜ୍ୟର ସୀମାରେ ତିନୋଟି ଜିଲ୍ଲା ରହିଛି। ଏହି ସୀମା ୧୬୪ କିଲୋମିଟର ଲମ୍ବା ରହିଛି। ମୋଟ୍ ୫ଟି କମ୍ପାନୀ ସୀମାରେ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ଏହାବାଦ ୨ଟି ଟ୍ରୁପକୁ ପ୍ରସ୍ତୁତ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ