Masthead

ହାଡ଼ଫୁଟି ଭଳି ବ୍ୟାପିବ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡେଲ୍ଟା ଭାରିଏଣ୍ଟକୁ ନେଇ ଭୟଙ୍କର ତଥ୍ୟ । ଅନ୍ୟ ସମସ୍ତ ଭାରିଏଣ୍ଟ ତୁଳନାରେ ଏହା ଅଧିକ ମାରାତ୍ମକ ରୋଗ ସୃଷ୍ଟି କରିପାରେ। ସେହିପରି ହାଡ଼ଫୁଟି ଭଳି ଏହା ସହଜରେ ସବୁଆଡ଼େ ବ୍ୟାପିବାର କ୍ଷମତା ବି ରହିଛି। ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଗୋଟିଏ ଅନ୍ତରୀଣ ରିପୋର୍ଟକୁ ଆଧାର କରି ଏପରି ଖବର ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି, ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକମାନେ ମଧ୍ୟ ଟିକା ନେଇ ନଥିବା ଲୋକଙ୍କ ଭଳି ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇପାରିବେ ।

ଏହାପରେ ସେମାନେ ଅନ୍ୟମାନଙ୍କୁ ଆକ୍ରାନ୍ତ ମଧ୍ୟ କରିପାରିବେ। ଏହି ଭାରିଏଣ୍ଟ ପ୍ରଥମଥର ପାଇଁ ଭାରତରେ ହିଁ ଚିହ୍ନଟ ହୋଇଥିଲା। ଡେଲ୍ଟା ଭାରିଏଣ୍ଟ ଅନ୍ୟ ମାରାତ୍ମକ ରୋଗ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ସାଧାରଣ ଥଣ୍ଡା ଓ ହାଡ଼ଫୁଟି ସୃଷ୍ଟି କରୁଥିବା ଭାଇରସ ତୁଳନାରେ ଡେଲ୍ଟା ଭାରିଏଣ୍ଟ ଜଣଙ୍କ ଠାରୁ ଆଉ ଜଣଙ୍କୁ ବ୍ୟାପିବାର କ୍ଷମତା ରଖିଛି। ସୂଚନା ଅନୁସାରେ, ଟିକା ନେଇଥିବା ଲୋକମାନେ ଟିକା ନେଇ ନଥିବା ଲୋକଙ୍କ ତୁଳନାରେ ଅଧିକ ସୁରକ୍ଷିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି