ଛିଣ୍ଡିଲା ଅଙ୍କ,  ଏକାଠି ଲଢ଼ିବେ କଂଗ୍ରେସ-ଆପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଛିଣ୍ଡିଲା ଅଙ୍କ ଏକାଠି ଲଢ଼ିବେ ଆପ-କଂଗ୍ରେସ । ଦୀର୍ଘ ଦିନର ଆଲୋଚନା ପରେ ଶେଷରେ ଆପ ଓ କଂଗ୍ରେସ ମଧ୍ୟରେ ସିଟେ ସେୟାରିଂ ଅଙ୍କ ତୁଟିଛି ।  ଯଦି ସବୁ କିଛି ଠିକ ଠାକ ରୁହେ ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଦିଲ୍ଲୀରେ ଏକାଠି ଲଢ଼ିବେ ଆପ୍‌-କଂଗ୍ରେସ। ପୂର୍ବରୁ କଂଗ୍ରେସ ଓ ସମାଜବାଦି ପାର୍ଟି ମଧ୍ୟରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପାଇଁ ସିଟ୍‌ ସେୟାରିଂ ଶେଷ ହୋଇଛି।

ଏବେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ସ୍ଥିର ହୋଇଥିବା କୁହାଯାଉଛି। ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବାକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦିଲ୍ଲୀ, ଗୁଜୁରାଟ, ଆସାମ ଏବଂ ହରିଆଣାର ଆସନ ଉପରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆଲୋଚନା ପ୍ରାୟ ଶେଷ ହୋଇଛି। ଦିଲ୍ଲୀର ୪ଟି ଆସନରେ ଆପ୍‌ ଓ ତିନୋଟି ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବା ନେଇ ସହମତି ପ୍ରକାଶ ପାଇଥିବା କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ ଦକ୍ଷିଣ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀର ଆସନରେ ଆପ ଲଢ଼ିବ । ସେହିଭଳି ଅବଶିଷ୍ଟ ତିନୋଟି ସିଟ୍ ଉତ୍ତର ପୂର୍ବ, ଚାନ୍ଦନୀ ଚୌକ୍ ଏବଂ ପୂର୍ବ ଦିଲ୍ଲୀରେ କଂଗ୍ରେସ ଲଢ଼ିବ ନିର୍ବାଚନ। ସେହିଭଳି ଗୁଜରାଟରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୨ଟି ସିଟ୍‌ ଦେଇଥିବା ବେଳେ ହରିଆଣା ଏବଂ ଆସାମରେ ଗୋଟିଏ ଲେଖାଏଁ ସିଟ୍‌ ସେୟାର କରିଥିବା ସୂଚନା ମିଲିଛି ।

ତେବେ ଏ ନେଇ ଉଭୟ ଦଳ ପକ୍ଷରୁ ଖୁବଶୀଘ୍ର ବିଧିବଦ୍ଧ ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ପଞ୍ଜାବରେ ଉଭୟ ଦଳଙ୍କ ସ୍ଥିତି ସମ୍ପୁର୍ଣ୍ଣ ଅଲଗା । ପଞ୍ଜାବରେ ଉଭୟ ଦଳଙ୍କ ସହମତି କ୍ରମେ ଅଲଗା ଅଲଗା ନିର୍ବାଚନ ଲଢ଼ିବେ କଂଗ୍ରେସ ଓ ଆପ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!