Masthead

ନିଅଣ୍ଟିଆ ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନିଅଣ୍ଟିଆ ବର୍ଷା, ଚିନ୍ତାରେ ଚାଷୀ । ଜୁଲାଇ ଭଳି ଅଗଷ୍ଟରେ ମଧ୍ୟ ଭଲ ବର୍ଷା ହେବାର ସମ୍ଭାବନା ନାହିଁ । ଏନେଇ ଚିନ୍ତାରେ ଚାଷୀ । ଅଗଷ୍ଟ ଆରମ୍ଭରୁ ହିଁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ତିନି ତିନିଟି ଲଘୁଚାପ ପରେ ମଧ୍ୟ ୧୯ ପ୍ରତିଶତ ଅଭାବୀ ବର୍ଷାରେ ସରିଛି ଜୁଲାଇ। ଜୁଲାଇ ୧ରୁ ୩୧ ମଧ୍ୟରେ ରାଜ୍ୟରେ ୪୫୬.୩ ମିମି ବର୍ଷା ହୋଇଛି।

ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ୫୬୨.୩ମିମି ବର୍ଷା ହୋଇଥାଏ। ସବୁଠୁ ବଡ଼ ଚିନ୍ତାର ବିଷୟ ହେଲା, ଅଗଷ୍ଟରେ ବି ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ନାହିଁ। ଜୁଲାଇର ନିଅଣ୍ଟିଆ ବର୍ଷା ଅଗଷ୍ଟରେ ଭରଣା ହୋଇପାରିବ ନାହିଁ ବୋଲି ପାଣିପାଗ  ପୂର୍ବାନୁମାନ କରିଛନ୍ତି। ଜୁଲାଇରେ ରାଜ୍ୟର ୧୯ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକରେ ସର୍ବାଧିକ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଛି। ଏଠାରେ ୪୫%ରୁ ଅଧିକ ଅଭାବୀ ବର୍ଷା ହୋଇଛି। ସେହିପରି ଯାଜପୁର ଜିଲ୍ଲାରେ ଅଭାବୀ ବର୍ଷାର ପରିମାଣ ୪୦%ରୁ ଅଧିକ ରହିଛି। ଆସନ୍ତା ଦୁଇ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଏହା ପରେ ୩ ଓ ୪ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା