Masthead

ବାଲେଶ୍ୱରରେ ଡେଙ୍ଗୁ ଆତଙ୍କ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ନାହିଁ ନାହିଁରେ ଚାଲିଛି ଡେଙ୍ଗୁ ରୋଗୀଙ୍କ ଚିକିତ୍ସା । ମାନସିକ ରୋଗ ବିଭାଗ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ଡେଙ୍ଗୁ ରୋଗରେ ପୀଡିତ ଏବଂ ସେମାନଙ୍କ ସମ୍ପର୍କୀୟ । ଭୁବନେଶ୍ୱର ଭଳି ବାଲେଶ୍ୱରରେ ଡେଙ୍ଗୁ ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ବର୍ତମାନ ଭୟ ଦେଖିବାକୁ ମିଳିଲାଣି । ବାଲେଶ୍ୱର ମେଡିକାଲରେ ତିନି ଜଣ ଡେଙ୍ଗୁ ରୋଗୀ ଗୋଟିଏ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି ।

ଗତ ୨୮ ତାରିଖ ଦିନ ବାଲେଶ୍ୱର ଭୀମପୁରା ଅଞ୍ଚଳର ଆଞ୍ଜେଲିନା ଆନଥିନୀ ନାମକ ଝିଅ ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଡେଙ୍ଗୁ ରୋଗ ପଜଟିଭ ଜାଣିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଜଣେଇବାରୁ ତାଙ୍କୁ ବଡ଼ ମେଡିକାଲରେ ଭିନ୍ନ ଏକ ୱାର୍ଡ ରେ ରଖି ଚିକିତ୍ସା କରାଯାଉଛି । ହେଲେ ଚିକିତ୍ସିତ ହେଉଥିବା ଡେଙ୍ଗୁ ରୋଗୀ ଓ ସେମାନଙ୍କ ପରିବାର ପକ୍ଷରୁ ଅସନ୍ତୋଷ ଦେଖିବାକୁ ମିଳୁଛି । ଡେଙ୍ଗୁ ଭାଇରସ ଭଳି ଏକ ମାରାତ୍ମକ ରୋଗ କୁ ନେଇ ବଡ ମେଡିକାଲ ଆଦୌ ଦାୟିତ୍ୱବାନ ନଥିବା ପରି ଜଣା ପଡୁଛି ।

ଆସୁଥିବା ରୋଗୀମାନଙ୍କୁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ରେ ରଖି ଚିକିତ୍ସା କରାଯାଉଥିବା କୁହାଯାଉଥିବାବେଳେ ସେମାନଙ୍କୁ ଯକ୍ଷ୍ମା ବିଭାଗକୁ ଲାଗି ଥିବା ମାନସିକ ରୋଗୀଙ୍କ ବିଭାଗର ବାରଣ୍ଡା ଓ ଏକ ଅନାଥ ଆଶ୍ରମର ଘରେ ରଖି ଚିକିତ୍ସା କରାଯାଉଛି । ଏପରିକି ଡେଙ୍ଗୁ ରୋଗୀ ଚିକିତ୍ସା ହେଉଥିବା ସ୍ଥାନ ନିକଟରେ ଅଳିଆ ଆବର୍ଜନା ତଥା ଡ୍ରେନ ଅପରିଷ୍କାର ହୋଇ ପଡି ରହିଛି । ଯାହାକି ରାତି ହେଲେ ଏହି ରୋଗର ବାହକ ମଶା ବୃଦ୍ଧି ପାଉଛି । ଅନ୍ୟପଟେ ସହର ପରିମଳ ତଥା ମେଡିକାଲ ଆଖପାଖ ଅଞ୍ଚଳର ଅପରିଷ୍କାର ପରିବେଶ ଡେଙ୍ଗୁ ରୋଗ ବୃଦ୍ଧି ପାଇବା ସହିତ ରୋଗୀ ମାନଙ୍କୁ ଏପରି ଅସୁରକ୍ଷିତ ସ୍ଥାନରେ ବିକିତ୍ସିତ କାହିଁକି କରାଯାଉଛି ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପଚାରିବାରୁ ସେ ଏବାବଦରେ ଅଥରିଟି ନୁହନ୍ତି, ସିଡିଏମଓ କହିପାରିବେ ବୋଲି କହି ଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ