Masthead

ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ବିସ୍ଫୋରଣ

ଜୟପୁର (ବଡ଼ ଖବର ବ୍ୟୁରୋ): ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ବିସ୍ଫୋରଣ । ଚାଲିଗଲା ୧୫ବର୍ଷର ଯୁବକଙ୍କ ଜୀବନ । ଏଭଳି ଘଟଣା ଘଟିଛି ରାଜସ୍ଥାନର ଜୟପୁରରେ । ଡାକ୍ତର କହିଛନ୍ତି ହୃଦଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ଜୟପୁର ଚୋମ୍ମୁ ଅଞ୍ଚଳ ଉଦୟିପୁରିଆ ଗାଁର ରାକେଶ ନଗର ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ବ୍ୟବହାର କରି କାହା ସହ କଥା ହେଉଥିଲେ ।

ଏହି ସମୟରେ ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ଡିଭାଇସ୍ ବିସ୍ପୋରଣ ହୋଇଥିଲା । ଗୁରୁତର ରାକେଶଙ୍କୁ ତୁରନ୍ତ ସ୍ଥାନୀୟ ସିଦ୍ଧିବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଥାଇ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ଏଲଏନ୍ ରୁଣ୍ଡଲା କହିଛନ୍ତି ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ବିସ୍ପୋରଣ ହେବା ଘଟଣା ଦେଶରେ ପ୍ରଥମ । ତେବେ ହୃଦଘାତରେ ରାକେଶଙ୍କ ମୃତ୍ୟୁ ହୋଇଥାଇ ପାରେ । ବିସ୍ଫୋରଣରେ ରାକେଶଙ୍କ ଦୁଇ କାନ ଗୁରୁତର କ୍ଷତି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ