ବଚ୍ଚନଙ୍କୁ ଧମକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ) : ଅମିତାଭ ବଚ୍ଚନଙ୍କୁ ଧମକ । ଘର ଉଡ଼ାଇବାକୁ ଦେଲେ ଧମକ । ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଘର ଉପରେ ହେବ ବୋମା ମାଡ଼। ବୋମା ମାଡ଼ କରି ଉଡାଇଦେବେ ବିଗ୍‌ ବିଙ୍କ ଘର ବୋଲି ଧମକ ଆସିଛି । କେବଳ ବିଚ୍ଚନଙ୍କ ଘର ନୁହେଁ ମୁମ୍ବାଇର ତିନି ପ୍ରମୁଖ ରେଳ ଷ୍ଟେସନ ଉପରେ ମଧ୍ୟ ହେବ ବୋମ ବିସ୍ଫୋରଣ। ଯାହା ଜଣେ ଦୁର୍ବୃତ୍ତ ଫୋନରେ ମୁମ୍ବାଇ ପୋଲିସକୁ ଏଭଳି ଧମକ ଦେଇଛି।

ଧମକ ପରେ ଚାଲିଛି ମୁମ୍ବାଇର ତିନି ପ୍ରମୁଖ ରେଳ ଷ୍ଟେସନ ସମେତ ଅମିତାଭ ବଚ୍ଚନଙ୍କ ଘରର ସୁରକ୍ଷା ପାଇଁ ଚିନ୍ତା । ବଢ଼ାଇ ଦିଆଯାଇଛି ସୁରକ୍ଷାବଳ । ତେବେ ସର୍ଚ୍ଚ ଅପରେସନରେ ଏଯାଏଁ ବୋମା କିମ୍ବା କୌଣସି ବିସ୍ଫୋଟକ ସାମଗ୍ରୀ ମିଳିନାହିଁ।ଏହି ମାମଲାରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ରାଜୁ କାଙ୍ଗନେ ଏବଂ ରମେଶ ଶିରସାଠ।

ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ନେଇ ସେମାନଙ୍କୁ ପୋଲିସ ପଚରାଉଚରା କରୁଛି।ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ଭାୟଖଲା, ଦାଦର ରେଲୱେ ଷ୍ଟେସନ ଏବଂ ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ବିସ୍ଫୋରଣ ହେବ। ଏହି ସବୁ ସ୍ଥାନରେ ବୋମା ରଖା ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’