Masthead

ଚିକତ୍ସା ଅବହେଳାରୁ ଚାଲିଗଲା ଜୀବନ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଜଣେ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଚିକିତ୍ସାରେ ଅବହେଳା କରି ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ସ୍ୱାସ୍ଥ୍ୟକର୍ମୀଙ୍କ ଭାଙ୍ଗି ଯାଇଥିବା ଗୋଡର ଅସ୍ତ୍ରୋପଚାର ପାଇଁ ଓଟିକୁ ନେଇ ନିଶା ଇଂଜେକସନ ଦେବା ପରେ ହଠାତ ଚାଲିଯାଇଥିଲା ଜୀବନ । ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ମୃତ୍ୟୁକୁ ଘଣ୍ଟ ଘୋଡାଇବାକୁ ଯାଇ ମୃତବ୍ୟକ୍ତି ଗୁରୁତର ଥିବା ଦର୍ଶାଇ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦେଇଥିବାବେଳେ ବୁର୍ଲାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।

ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରିଛି । ମୃତକ ପରିବାର ଲୋକେ ତଦନ୍ତ ପାଇଁ ଦାବି କରି ଦୋଷୀ ଡାକ୍ତର ସହ ଘରୋଇ ହସ୍ପିଟାଲ ଵିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦୁର୍ଘଟଣା ହେବାରୁ ସ୍ୱାସ୍ଥ୍ୟକର୍ମୀଙ୍କ ଗୋଡ ଭାଙ୍ଗିଯାଇଥିଲା । ଭଙ୍ଗାଗୋଡକୁ ଠିକ କରିବାକୁ ଡାକ୍ତର ଦେଲେ ଅସ୍ତ୍ରୋପଚାର ପାଇଁ ପରାମର୍ଶ । ବେଲପାହଡ ନିକଟସ୍ଥ ବଞ୍ଜାରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ୟ୍ୟରତ ସ୍ୱାସ୍ଥ୍ୟକର୍ମୀ ଭରତ ଚନ୍ଦ୍ର ସାହୁଙ୍କୁ ଗୁରୁଵାର ଦିନ ଝାରସୁଗୁଡାର ଏକ ଘରୋଇ ନର୍ସିଂହୋମ୍ ସଞ୍ଜିବନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତର ଅସ୍ତ୍ରୋପଚାର ପୂର୍ବରୁ ଅପରେସନ ଥିଏଟରରେ ପ୍ରଥମେ ଭରତଙ୍କ ଶରୀରରେ ନିଶା ଇଞ୍ଜେକ୍ସନ ଦେଇଥିଲେ । ନିଶା ଇଞ୍ଜେକ୍ସନ ଦିଆଯିବାର ଅଳ୍ପକିଛି ସମୟ ପରେ ତାଙ୍କର ସବୁ ଠିକ୍ ଠାକ୍ ଥିଲା କିନ୍ତୁ ଅସ୍ତ୍ରୋପଚାର ପୂର୍ବରୁ ଭରତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ତାଙ୍କ ପରିବାରକୁ ହସ୍ପିଟାଲ ପକ୍ଷରୁ ଜଣାଇ ଦିଆଯାଇଥିଲା । ପରେ ପରିବାର ଲୋକେ ଭରତଙ୍କୁ ବୁର୍ଲା ନେବାକୁ କହିଥିଲେ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭରତଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକେ ହତବାକ୍ ହୋଇ ସାମାନ୍ୟ ଗୋଡ ଭାଙ୍ଗିବାକୁ ନେଇ ଜଣକର ମୃତ୍ୟୁ ହେବ ଏକଥାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।ପରିବାର ଲୋକେ ଭରତଙ୍କ ମୃତ୍ୟୁକୁ ନେଇ ମର୍ମାହତ ହେବା ସହ ତାଙ୍କ ପରିବାରକୁ ଉଚିତ କ୍ଷତି ପୂରଣ ଦିଆଯିବା ସହ ସମ୍ପୃକ୍ତ ଡାକ୍ତରଖାନା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଭରତ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ