Masthead

ବାଟ ହୁଡୁଛି ଶିଶୁ ସୁରକ୍ଷା ଆଇନ

ରାୟଗଡା (ବଡଖବର): ରାୟଗଡା ଜିଲ୍ଲାରେ ବାଟ ହୁଡିଛି ଶିଶୁ ସୁରକ୍ଷା ଆଇନ । ଶିଶୁ ଶ୍ରମିକ ହଟେଇବା ଲାଗି ସରକାର କରିଛନ୍ତି ବିଭିନ୍ନ ଯୋଜନା । କିନ୍ତୁ ଏସବୁ କାର୍ଯ୍ୟକାରୀ ହେଉନଥିବା ନଜରକୁ ଆସୁଛି । ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଖଟୁଥିବା ଦେଖିବାକୁ ମିଳୁଛି । ହୋଟେଲ, ରାଜମିସ୍ତ୍ରୀ ଏବଂ ବଡ ବଡିଆଙ୍କ ଘରେ ଆଜି ବି ଶିଶୁଙ୍କୁ ଖଟାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ଶ୍ରମ ବିଭାଗରେ ଏନେଇ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଫଳାଫଳ ଶୂନ । ଦୀର୍ଘ ୧୦ ବର୍ଷ ହେବ ଏଠାରେ ଶିଶୁ ଶ୍ରମିକ ସର୍ଭେ ହୋଇନାହିଁ । ଶ୍ରମ ବିଭାଗ କହିଛି ଶ୍ରମ ବିଭାଗର ଜଣେ ବରିଷ୍ଠ ଅଧିକାରରୀ କହିଛନ୍ତି କର୍ମଚାରୀ ନଥିବାରୁ ସର୍ଭେ ହୋଇପାରୁନାହିଁ ।

ଶେଷଥର ଲାଗି ହୋଇଥିବା ସର୍ଭେରେ ୨ହଜାର ଶିଶୁ ଶ୍ରମିକ ଉଦ୍ଧାର ହୋଇଥିଲେ । ସରକାରଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କର ପାଠ ପଢ଼ିବା ଲାଗି ସୁବିଧା କରାଯାଇଥିଲା । କିନ୍ତୁ ୨୦୧୪ ମାର୍ଚ୍ଚ ୩୧ ତାରିଖ ପରଠାରୁ ସେମାନଙ୍କ ପାଠପଢ଼ା ବନ୍ଦ କରାଯାଇଥିବା ଅଭିଯୋଗ ହେଉଛି । ଏଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ।

୨୦୦୬ ମସିହାରେ ଶିଶୁ ଶ୍ରମିକ ନିରୋଧ ଆଇନ ପ୍ରଣୟନ ହୋଇଥିଲା । ଏହି ଆଇନ ପ୍ରଣୟନ ହେବା ପରେ ବିଭିନ୍ନ ସ୍ଥାନରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ଲାଗି ସ୍ୱତନ୍ତ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା । ଏମିତିକି ସେମାନଙ୍କୁ ଖାଇବା ରହିବା ଭଳି ସମସ୍ତ ସୁବିଧା ମଧ୍ୟ ଯୋଗାଯାଇଥିଲା । କିନ୍ତୁ ଏବେ ଏସବୁ ସାତ ସପନ ହୋଇଯାଇଛି । ଆଜି ବି ରାସ୍ତା କଡରେ ବହୁ ଶିଶୁ ଶ୍ରମିକ କାମ କରୁଥିବା ଲୋକଲୋଚନକୁ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର