Masthead

ଫୁଲିଲା ଗଙ୍ଗା, ଯମୁନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଫୁଲିଲା ଗଙ୍ଗା ଓ ଯମୁନା ନଦୀ । ବିପଦ ସଙ୍କେତ ପାଖାପାଖି ଏହି ଦୁଇ ନଦୀର ଜଳସ୍ତର । ଜଳସ୍ତର ବଢୁଥିବାରୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟ ସରକାର ସତର୍କ ରହିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ରାଜସ୍ଥାନର ଧୱାଲପୁର ବ୍ୟାରେଜରୁ ପ୍ରତି ସେକେଣ୍ଡରେ ୧୮ଲକ୍ଷ କ୍ୟୁସେକ୍ ପାଣି ଛଡାଯିବାରୁ ଗଙ୍ଗା ଓ ଯମୁନା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଫଳରେ ଏହି ଦୁଇ ନଦୀର ବିପଦ ସଙ୍କେତ ୧୮୪.୭୩ ମିଟର ନିକଟରେ ବନ୍ୟାଜଳ ପ୍ରବାହିତ ହେଉଛି । ଫୁଲପୁର, ହାଣ୍ଡିଆ, ବାରା ପ୍ରଭୃତି ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବାରୁ କଂଟ୍ରୋଲ ରୁମ୍ ଖୋଲାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ୯୮ ଅସ୍ଥାୟୀ ପୋଲିସ ପୋଷ୍ଟ ଓ ୧୧୦ ଆଶ୍ରୟସ୍ଥଳ ପ୍ରତିଷ୍ଠା କରିଛନ୍ତି । ଏଥିରେ ଡାକ୍ତର, ପ୍ରାଣୀ ଚିକିତ୍ସକ, ପାରା ମେଡିକାଲ ଷ୍ଟାଫଙ୍କୁ ମୁତୟନ କରାଯାଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୧ହଜାର ଘରୋଇ ଡଙ୍ଗା ପ୍ରସ୍ତୁତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ