Masthead

ଡିନର ଡିପ୍ଲୋମାସିରେ ବିଜେଡି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଦାବେଳେ ବିଜେପିଠାରୁ ସମଦୂରତା ବଜାୟ ରଖୁଥିବା ବିଜେଡି ପ୍ରଥମଥର ପାଇଁ ମୋଦୀ ବିରୋଧୀ ମେଣ୍ଟରେ ଯୋଗଦେଇଛି । ୨୦୧୪ରେ ଦେଶରୁ ବିଜେପିକୁ ହଟାଇବା ପାଇଁ ୧୫ ବିରୋଧୀ ଦଳ ସହ ହାତମିଳାଇଛି ବିଜେଡି । ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲଙ୍କ ବାସଭବନରେ ସୋମବାର ରାତିରେ ଆୟୋଜିତ ଭୋଜିରେ ବିଜେଡିର ଦୁଇ ସାଂସଦ ଯୋଗଦେଇ ବିଜେପି ବିରୋଧୀ ସ୍ୱରକୁ ଶାଣିତ କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବାସଭବନରେ ବିରୋଧୀଙ୍କ ବ୍ରେକଫାଷ୍ଟ ଭୋଜିର ୬ଦିନ ପରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ଘରେ ରାତ୍ରି ଭୋଜନର ଆୟୋଜନ ଦେଶର ରାଜନୀତିକ ଉଷ୍ମତା ବଢାଇ ଦେଇଛି । ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ଘରେ ସୋମବାର ରାତିରେ ଆୟୋଜିତ ଭୋଜିରେ ଅଣ ବିଜେପି ନେତାମାନେ ଯୋଗଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଏହି ରାତ୍ରୀ ଭୋଜନରେ ୧୫ଟି ଅଣ ବିଜେପି ଦଳର ପ୍ରାୟ ୪୫ ନେତା ଏବଂ ସାଂସଦ ଏକତ୍ରିତ ହୋଇଥିଲେ ।

ଆଗାମୀ ରଣନୀତି ସମ୍ପର୍କରେ ଏହି ବିରୋଧୀ ଦଳର ନେତାମାନେ ଆଲୋଚନା କରିଥିଲେ । କେନ୍ଦ୍ରରେ ବିଜେପି ବିରୋଧରେ ଏକ ଦୃଢ ଓ ଶକ୍ତିଶାଳୀ ଫ୍ରଣ୍ଟ ଗଠନ ଉପରେ ସେମାନେ ଆଲୋଚନା କରିଥିଲେ। ଏହି ବୈଠକ ପରେ କଂଗ୍ରେସ ଆତ୍ମ ଚିନ୍ତନ ଆରମ୍ଭ କରି ଦେଇଛି । ଯଦିଓ ରାତ୍ରୀ ଭୋଜନରେ ଯୋଗ ଦେଇଥିବା କଂଗ୍ରେସ ନେତାମାନେ ଦଳର ଆଭ୍ୟନ୍ତରୀଣ କାର୍ୟ୍ୟ ସହ ଜଡିତ ଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାମାନେ ସମସ୍ତ ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ‘ଜି -୨୩’ ନାମରେ ଜଣାଶୁଣା କଂଗ୍ରେସ ନେତାମାନେ ଦଳର ବ୍ଲକ ସଂଗଠନରୁ ସିଡବ୍ଲ୍ୟସି ସ୍ତର ପର୍ୟ୍ୟନ୍ତ ନିର୍ବାଚନ ଚାହୁଁଥିଲେ ।

ଏହି ନେତାମାନେ ଏ ସମ୍ପର୍କରେ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ। ରାତ୍ରୀ ଭୋଜନରେ ଯୋଗ ଦେଇଥିବା ଜି -୨୩ ନେତାମାନେ ହୋଷ୍ଟ ସିବଲଙ୍କ ବ୍ୟତୀତ ଗୁଲାମ ନବୀ ଆଜାଦ, ଭୁପିନ୍ଦର ସିଂ ହୁଦା, ଆନନ୍ଦ ଶର୍ମା, ମୁକୁଲ ୱାସନିକ, ପ୍ରୀତିରାଜ ଚାୱନ, ମନୀଷ ତିୱାରୀ, ଶଶି ଥରୁର ପ୍ରଭୃତିଙ୍କୁ ସାମିଲ କରାଇପାରିଥିଲେ । ଭୋଜିରେ ନିମନ୍ତ୍ରିତ ବିରୋଧୀ ଦଳର ଜଣେ ନେତା କହିଛନ୍ତି ଯେ ଏକତାକୁ ଆହୁରି ମଜବୁତ କରିବା ପାଇଁ ଏଭଳି ଅଧିକ ଭୋଜି ଆୟୋଜନ କରାଯିବା ଉଚିତ୍।  ଆମକୁ ପ୍ରଥମେ ୨୦୨୨ ରେ ଉତ୍ତରପ୍ରଦେଶରେ ଏବଂ ୨୦୨୪ରେ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ପଡିବ। କପିଲ ଶିବଲ କହିଛନ୍ତି ୨୦୨୨ରେ ଉତ୍ତରପ୍ରଦେଶରେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ହେଲେ ସମସ୍ତ ବିରୋଧୀଦଳ ନେତା ଏକାଠି ହେବାକୁ ପଡ଼ିବ।

ଆରଜେଡି , ଏନସିପି ସୁପ୍ରିମୋ ଶରଦ ପାୱାର, ଅଖିଳେଶ ଯାଦବ, ଏସପି ର ରାମଗୋପାଳ ଯାଦବ, ସିପିଆଇର ସୀତାରାମ ୟେଚୁରୀ, ଡି ରାଜା, ଓମାର ଅବଦୁଲ୍ଲା, କଂଗ୍ରେସ ନେତା ପି ଚିଦାମ୍ବରମ୍, ଶିବସେନାର ସଞ୍ଜୟ ରାଉତ, ଆପର ସଞ୍ଜୟ ସିଂ, କଲ୍ୟାଣ ବାନାର୍ଜୀ, ବିଜେଡି ନେତା ପିନାକି ମିଶ୍ର ଏବଂ ଅମର ପଟ୍ଟନାୟକ, ଡିଏମକେର ଟି କେ କେ ଏଲାଙ୍ଗୋଭାନ୍, ଆରଏଲଡିର ଜୟନ୍ତ ଚୌଧୁରୀ ଟିଆରଏସର ନେତାମାନେ ଯୋଗଦେଇଥିଲେ। ଜେଲରୁ ବାହାରିବା ପରେ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ଗ୍ରୁପ୍ ମିଟିଂରେ ଯୋଗଦେଇ ଥିଲେ । ଲାଲୁ କହିଛନ୍ତି କପିଲ ଶିବଲଙ୍କ ଅଭିଜ୍ଞତାର ଲାଭ ବିରୋଧୀ ଉଠାଇବା ଉଚିତ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ