Masthead

ଦେଶରେ ବଢ଼ିଛି ନିଯୁକ୍ତି, ହେଲେ ବଢ଼ିଥିବା ନିଯୁକ୍ତି ଅତ୍ୟନ୍ତ ନିମ୍ନମାନର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବଢ଼ିଛି ନିଯୁକ୍ତି । ଚଳିତ ବର୍ଷ ଜୁଲାଇରେ କରୋନା ପ୍ରଭାବ କମିବା ସହିତ ଦେଶରେ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇଛି । ଏନେଇ ଏକ ରିପୋର୍ଟ ଜାରି କରିଛି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି । ରିପୋର୍ଟ ଅନୁସାରେ ଜୁଲାଇ ମାସରେ ପ୍ରାୟ ୧କୋଟି ୬୦ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି । ତେବେ ଚିନ୍ତାର ବିଷୟ ହେଉଛି ସୃଷ୍ଟି ହୋଇଥିବା ନିଯୁକ୍ତି ଅତ୍ୟନ୍ତ ନିମ୍ନମାନର । ଜୁଲାଇ ମାସରେ କୃଷି କ୍ଷେତ୍ରରେ ଅତିରିକ୍ତ ୧କୋଟି ୧୨ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି ।

ସେହିପରି ୫୪ଲକ୍ଷ ନିଯୁକ୍ତି କେବଳ ଜୁଲାଇ ମାସରେ ନିର୍ମାଣ କ୍ଷେତ୍ରରେ ସୃଷ୍ଟି ହୋଇଛି । ସେହିପରି ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ୮୦ହଜାର ହ୍ରାସ ପାଇଛି । ସେବା କ୍ଷେତ୍ରରେ ମଧ୍ୟ ୫୦ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିଛି । କ୍ଷୁଦ୍ର ବ୍ୟବସାୟୀ ଓ ଦିନ ମଜୁରିଆ ଭାବେ ୧କୋଟି ୮୬ଲକ୍ଷ ଲୋକ କାମ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ