Masthead

ପୁଣି ଟାଟାର ଦାଦାଗିରି

ଝାଡ଼ଖଣ୍ଡ(ବଡ଼ ଖବର ବ୍ୟୁରୋ): ପୁଣି ଟାଟାର ଦାଦାଗିରି। ଟାଟା ସୁରକ୍ଷା କର୍ମୀ ଓ ଅଧିକାରୀଙ୍କ ଦାଦାଗିରି । ଦେଖନ୍ତୁ ଏହି ଦୃଶ୍ୟ । ମାନବିକତା ଭୁଲିଯାଇଛନ୍ତି ଝାଡଖଣ୍ଡ, ପଶ୍ଚିମ ସିଂହଭୁମ ଜିଲ୍ଲା, ନୂଆମୁଣ୍ଡି ଟାଟା ଷ୍ଟିଲ ସୁରକ୍ଷା କର୍ମୀ । କମ୍ପାନୀର ନୂଆମୁଣ୍ଡି ଟାଉନସିପ୍ ଅଂଚଳରେ ତିନିଜଣ ସାଧୁଙ୍କୁ କମ୍ପାନୀର କିଛି ସୁରକ୍ଷାକର୍ମୀ ଏବଂ ଜଣେ ଅଧିକାରୀ ଅମାନୁଷିକ ଭାବରେ ମାଡ଼ ମାରୁଛନ୍ତି । ଭଲ କରି ଦେଖନ୍ତୁ ଏହି ଭିଜୁଆଲ । କିପରି ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି ଏହି ଅଧିକାରୀ ଓ ସିକ୍ୟୁରିଟି ଗାର୍ଡ । ଏତିକିରେ ମନ ବୁଝିଲାନି । ସାଧୁମାନଙ୍କୁ କାନ ଧରି ଉଠବସ ହେବାକୁ ମଧ୍ୟ ବାଧ୍ୟ କରୁଛନ୍ତି ।

ଏହି ଦୃଶ୍ୟ ସାଧାରଣ ଲୋକଙ୍କୁ ବିଚଳିତ କରୁଛି । ସାଧୁମାନେ ଜୀବନ ବଞ୍ଚାଇବା ପାଇଁ ହାତଯୋଡ଼ି ନେହୁରା ହେଉଛନ୍ତି । କିନ୍ତୁ ଟାଟାର ସୁରକ୍ଷାକର୍ମୀଙ୍କ ହୃଦୟ ତରଳୁ ନାହିଁ । ସାଧୁମାନଙ୍କୁ ଏପରି ଭାବରେ ପିଟା ଯାଉଛି, ସତେ ଯେପରି ସେମାନେ କୌଣସି ହାର୍ଡକୋର କ୍ରିମିନାଲ କିମ୍ବା ଆତଙ୍କବାଦୀ । ସେପଟେ ସାଧୁଙ୍କ ସପକ୍ଷରେ ଠିଆ ହୋଇଛି ବିଶ୍ୱ ହିନ୍ଦୁ ପରିଷଦ । ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛି ପରିଷଦ ।

ଏଠାରେ ପ୍ରଶ୍ନ ଉଠୁଛି ସାଧୁଙ୍କ ଭୁଲ କେଉଁଠି । ଯଦି ଭୁଲ ରହିଛି ସେମାନଙ୍କୁ ପୋଲିସ ଜିମାରେ ନଦେଇ ଆଇନକୁ ହାତକୁ ନେବା ପାଇଁ ଟାଟାର ସୁରକ୍ଷାକର୍ମରୀଙ୍କୁ ଅଧିକାର ଦେଲା କିଏ? ତେବେ ଏନେଇ ଆମେ ଟାଟା ଷ୍ଟିଲ କର୍ତ୍ତୃପକ୍ଷଙ୍କ ମତାମତ ନେବାକୁ ଚାହିଁଥିଲୁ, ତେବେ କ୍ୟାମେରା ସାମ୍ନାରେ କମ୍ପାନୀ ଅଧିକାରୀ କୋଣସି ପ୍ରତିକ୍ରିୟା ରଖିବାକୁ ସିଧାସଳଖ ମନା କରିଦେଇଥିଲେ । ତେବେ ଇମେଲ୍ ମାଧ୍ୟମରେ ନିଜର ମତ ରଖିଛନ୍ତି ଟାଟା ଷ୍ଟିଲ କର୍ତ୍ତୃପକ୍ଷ । କମ୍ପାନୀର କର୍ପୋରେଟ କାମୁନିକେସନ ମ୍ୟାନେଜର ଆଶିଷ ଆଚାର୍ୟ୍ୟ ଇମେଲରେ ଜଣାଇଛନ୍ତି , ଏହି ଭିଡ଼ିଓଟି ଆମ ନଜରକୁ ଆସିଛି ଏବଂ ଘଟଣାର ଯାଞ୍ଚ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ବ୍ୟୁରୋ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ