Masthead

ବ୍ରାଉନ ସୁଗର୍ ର ଠିକଣା ଭୁବନେଶ୍ୱର !

 

ଭୁବନେଶ୍ୱର (ବଡ଼ ଖବର  ବ୍ୟୁରୋ )
କରୋନା ମହାମାରୀ ତାର କାୟା ସାରା ବିଶ୍ବ ରେ ବିସ୍ତାର କରିଛି । ସମସ୍ତେ ଏକ ପ୍ରକାର ର ଭାୟବିତ ଅବସ୍ଥା ଭିତରେ ।
ଏଥିରୁ ଭାରତ ମଧ୍ୟ ବାଦ୍ ପଡିନି । ତାପରେ ଓଡ଼ିଶା । ତେଣୁ ଏହି ମହାମାରୀ ସମୟ ରେ ଏହାର ମୁକାବିଲା କରିବା ପାଇଁ ସରକାର ଲାଗୁ କଲେ ତାଲା ବନ୍ଦ ପ୍ରକ୍ରିୟା । ଏହି ତାଲା ବନ୍ଦ ସମୟ ରେ ଜନସାଧାରଣ କୋଭିଦ୍ କୁ ଡରି ନିଜ ଘରେ ତାଲା ବନ୍ଦ ରେ ରହିଲେ କିଛି ଅମାନିଆ ଙ୍କୁ ତାଗିଦ୍ କରିବାପାଇଁ ପୋଲିସ ଚଲେଇଲା ତାର କଟକଣା। କିନ୍ତୁ ଏହାର ବେଶ୍ ଲାଭ ଉଠେଇଲେ ନିଶା ଦ୍ରବ୍ୟ ମାଫିଆ ମାନେ । କେତେ ବେଳେ ଗଞ୍ଜେଇ ତ କେତେବେଳେ ବ୍ରାଉନ ସୁଗର ତ କେତେ ବେଳେ ବନ୍ଧୁକ । ଏହି ସବୁ ର ଭାୟା ପାଲଟିଲା ରାଜଧାନୀ ଭୁବନେଶ୍ଵର ।
୨୭ ମେ ୧୧ ଲକ୍ଷ ମୂଲ୍ୟ ର ବ୍ରାଉନ ସୁଗାର ଭାୟା ଭୁବନେଶ୍ବର।
୨ ଜୁନ ରେ ୧ କୋଟି ,୧୯ ଜୁନ୍ ରେ ସାଢ଼େ ୪ କୋଟି ,୨୩ ସେପ୍ଟେମ୍ବର ୧୩ ଲକ୍ଷ ,୨୮ ସେପ୍ଟେମ୍ବର ରେ ୬ ଲକ୍ଷ୍ୟ , ଆଜି ଅର୍ଥାତ୍ ୩ ଅକ୍ଟୋବର ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ୍ କରିଛି ଭୁବନେଶ୍ୱର କମିସନରେଟ ପୋଲିସ କିନ୍ତୁ ସବୁଠୁ ବଡ଼ ବିଷୟ ପୋଲିସ ଧଳା ଜହର ର କାରବାର କରୁଥିବା କିଂଗ୍ ପିନ୍ ର ଟେର ପାଉନି ନା ସବୁ ଜାଣି ଚୁପ୍ ବସିଛି କମିଶନରେଟ୍ ପୋଲିସ ଯାହା ରାଜଧାନୀ ଭୁବନେଶ୍ବର ବାସିନ୍ଦା ଙ୍କ ମନରେ ସୃଷ୍ଟି କରୁଛି ଏକ ବଡ଼ ପ୍ରଶ୍ନ ବାଚୀ ।
ପୋଲିସ ର କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ନିଶାଦ୍ରବ୍ୟ କାରବାର ର ଠିକଣା ପାଲଟିଛି ରାଜଧାନୀ ଭୁବନେଶ୍ବର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି